AgriStack ID Dispute ଏଗ୍ରିଷ୍ଟାକ୍ ଆଇଡି ବିବାଦ: କୁଲୁଣ୍ଡୀ, ଫାଶୀମାଲ ଓ ଭୋଜପୁର ଲ୍ୟାମ୍ପସ୍ରେ ତାଲା ପକାଇଲେ ଚାଷୀ
"ଜମନକିରା: ଧାନ ବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ ଆଇଡିକୁ ନେଇ ସରକାରଙ୍କ ନିୟମକୁ ବିରୋଧ କରି ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି।
ଏହାର ପ୍ରତିବାଦରେ ଗୁରୁବାର ଜମନକିରା ବ୍ଲକ୍ର କୁଲୁଣ୍ଡୀ, ଫାଶୀମାଲ ଓ ଭୋଜପୁର ଲ୍ୟାମ୍ପସ୍ରେ ଚାଷୀମାନେ ତାଲା ମାରି ଆନ୍ଦୋଳନ କରିଛନ୍ତି।
ଏଗ୍ରିଷ୍ଟାକ୍ ଆଇଡିକୁ ସମ୍ପୂର୍ଣ୍ଣ କୋହଳ କରି ପୂର୍ବବର୍ଷ ଭଳି ଧାନ ବିକ୍ରି ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।Advertisment AgriStack for Kharif Paddy ଖରିଫ୍ ପାଇଁ ଏଗ୍ରିଷ୍ଟାକ୍ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀ ଚାଷୀ ସଂଗଠନର ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ଧାନ ବିକ୍ରି ପଞ୍ଜୀକରଣ ପାଇଁ ଏଗ୍ରିଷ୍ଟାକ୍ ଆଇଡିକୁ ଗୁରୁତ୍ୱ ଦିଆଯାଉଛି।
ଏହାକୁ ନେଇ ଚାଷୀମାନେ ପୂର୍ବରୁ ଆପତ୍ତି ଜଣାଇ ଆସୁଥିବା ବେଳେ ଗୁରୁବାର ଲ୍ୟାମ୍ପସ୍ରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି।
ଆସନ୍ତା ତିନିଦିନ ମଧ୍ୟରେ ଏଗ୍ରିଷ୍ଟାକ୍ ଆଇଡିକୁ ସମ୍ପୂର୍ଣ୍ଣ କୋହଳ କରି ପୂର୍ବବର୍ଷ ଭଳି ପଞ୍ଜୀକରଣ କରା ନଗଲେ ଆସନ୍ତା ୧୭ ତାରିଖରେ ବୃହତ୍ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି।
Agristack Not Mandatory ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରସଙ୍ଗ: ମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମଓଡ଼ିଶା ବିଧାୟକଗଣ ଅନ୍ୟପକ୍ଷରେ ଲ୍ୟାମ୍ପସ୍ରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ହେଉଥିଲେ ମଧ୍ୟ ପଞ୍ଜୀକରଣ ପରେ ଦିଆଯାଉଥିବା ରସିଦରେ ଭବିଷ୍ୟତରେ ଏଗ୍ରିଷ୍ଟାକ୍ ଆଇଡି କରିବାକୁ ଉଲ୍ଲେଖ ରହୁଥିବାରୁ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ କି ନୁହେଁ, ସେନେଇ ପ୍ରଶାସନ ପକ୍ଷରୁ ଲ୍ୟାମ୍ପସ୍ଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯିବାକୁ ଚାଷୀମାନେ ଦାବି କରିଛନ୍ତି।
ଚାଷୀମାନଙ୍କ କହିବା ଅନୁଯାୟୀ, ନିଜ ନାମରେ ପଟ୍ଟା ନଥିଲେ ଏଗ୍ରିଷ୍ଟାକ୍ ଆଇଡି କରିବାରେ ସମସ୍ୟା ହେଉଛି।
ପୂର୍ବପୁରୁଷ ଯଥା ବାପା କିମ୍ବା ଅଜାଙ୍କ ନାମରେ ଥିବା ଜମି ପାଇଁ ଆଇଡି କରିବା ସମୟରେ ଆଖି ସ୍କାନ୍ରେ ମଧ୍ୟ ସମସ୍ୟା ଦେଖାଦେଉଛି।
ଫଳରେ ଅନେକ ଚାଷୀ ଆଗାମୀ ଦିନରେ ଧାନ ବିକ୍ରି କରିବାରେ ସମସ୍ୟାରେ ପଡ଼ିବା ଆଶଙ୍କା କରୁଛନ୍ତି।ଏନେଇ ଫାଶୀମାଲ ଲ୍ୟାମ୍ପସ୍ କର୍ତ୍ତୃପକ୍ଷ ଡେଭିଡ୍ ପଟେଲ କହିଛନ୍ତି ଯେ, ଉପରୁ ଯେପରି ନିର୍ଦ୍ଦେଶ ଆସିବ, ଲ୍ୟାମ୍ପସ୍ ପକ୍ଷରୁ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
