Agriculture: ଦେଢ଼ ପ୍ରତିଶତରେ ସୀମିତ ଧାନଚାଷ: ଆଜି ସୁଦ୍ଧା କେବଳ ୨୯୧୦ ହେକ୍ଟରରେ ହୋଇଛି

Jun 26, 2026 - 08:42
Agriculture: ଦେଢ଼ ପ୍ରତିଶତରେ ସୀମିତ ଧାନଚାଷ: ଆଜି ସୁଦ୍ଧା କେବଳ ୨୯୧୦ ହେକ୍ଟରରେ ହୋଇଛି

"ରାଉରକେଲା(ଦେବବ୍ରତ ଗଡ଼ତିଆ): ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି।

ମୌସୁମୀର ଆସିବାରେ ଅହେତୁକ ବିଳମ୍ବ ଯୋଗୁ ଜିଲ୍ଲାର ଚାଷୀ ଜମି ପ୍ରସ୍ତୁତ କରିବା କିମ୍ବା ତଳି ପକାଇବା ପାଇଁ ପର୍ଯ୍ୟାପ୍ତ ପାଣି ପାଉନାହାନ୍ତି।

ଉଭୟ ଧାନ ରୁଆ ଓ ବୁଣାରେ ଢେର୍‌ ବିଳମ୍ବ ହେଲାଣି।

ଏହି ଋତୁ ପାଇଁ ସରକାରୀସ୍ତରରେ ଜିଲ୍ଲାରେ ୧,୯୮,୪୦୦ ହେକ୍ଟର ଜମିରେ ଧାନଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ତେବେ ଆଜି ସୁଦ୍ଧା ଧାନଚାଷ କେବଳ ୨୯୧୦ ହେକ୍ଟର (୧.୪୬%)ରେ ସୀମିତ ରହିଛି।ବର୍ତ୍ତମାନ ସୁଦ୍ଧା ୨୯୧୦ ହେକ୍ଟରରେ ହୋଇଥିବା ଚାଷ ମଧ୍ୟରୁ ୨୫୧୬ ହେକ୍ଟରରେ ଧାନବୁଣା ହୋଇଥିବାବେଳେ ମାତ୍ର ୪ ହେକ୍ଟରରେ ଧାନ ରୁଆ ସରିଛି।

କେବଳ ସବଡେଗା ବ୍ଲକରେ ଧାନରୁଆ ହୋଇଛି।Advertisment ଆହୁରି ପଢ଼ନ୍ତୁ: The tradition: "ନିଟ୍‌-ଲିକ୍‌-ରିପିଟ୍‌ ପରମ୍ପରା ହୋଇଗଲାଣି" ସେହିଭଳି ୩୯୦ ହେକ୍ଟରର ଜମିରେ ନର୍ସରିରୁ ଆଣି ଧାନ ଚାଷ ଆରମ୍ଭ କରିଛନ୍ତି ଚାଷୀ।

ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଚାଷ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ।

ତେବେ ୫ଟି ବ୍ଲକରେ ଏଯାଏ ଚାଷ ହୋଇପାରିନି, ସେଗୁଡ଼ିକ ହେଲା, ବଣାଇ, ଗୁରୁଣ୍ଡିଆ, କୁଆରମୁଣ୍ଡା, କୁତ୍ରା ଓ ଲେଫ୍ରିପଡ଼ା ବ୍ଲକ।

ସେହିଭଳି ନୂଆଗାଁ, ସୁନ୍ଦରଗଡ଼ ସଦର, ବଡ଼ଗାଁ ଓ ଟାଙ୍ଗରପାଲିରେ ନାଁକୁ ମାତ୍ର ଚାଷ ହୋଇଛି।

ଅବଶିଷ୍ଟ ୭ଟି ବ୍ଲକ, ଯଥା-ବାଲିଶଙ୍କରା, ବିଶ୍ରା, ହେମଗିର, ଲହୁଣିପଡ଼ା, ଲାଠିକଟା, ରାଜଗାଙ୍ଗପୁର ଓ ସବଡେଗାରେ କିଛିମାତ୍ରାରେ ଚାଷ ହୋଇଥିବା ଜଣାପଡ଼ିଛି।

ଲହୁଣିପଡ଼ାରେ ସର୍ବାଧିକ ୧୦୦୩ ହେକ୍ଟରରେ ଧାନ ଚାଷ ହୋଇଛି।

ପ୍ରକୃତରେ ଜିଲ୍ଲାର ଅଧିକାଂଶ କୃଷି ଜମି ବର୍ଷା ଉପରେ ନିର୍ଭରଶୀଳ ହୋଇଥିବାରୁ ଜଳସେଚନର ଅଭାବ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।

ଏବେ ବର୍ଷାକୁ ସମସ୍ତେ ଚାତକ ପରି ଚାହିଁବସିଛନ୍ତି।"