Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

Sep 06, 2026 - 01:09
Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

"ଭୁବନେଶ୍ୱର: ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଗୁରୁ ଦିବସ ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏକ ବୃହତ୍ ଉଦ୍ୟାନ କୃଷି ସଚେତନତା ଓ ପ୍ରସାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଯୁବପିଢ଼ିଙ୍କୁ ବ୍ୟବହାରିକ ବୈଷୟିକ ଜ୍ଞାନକୌଶଳ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ସକ୍ଷମ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯାନରେ ୨୨୦ରୁ ଅଧିକ ମହାବିଦ୍ୟାଳୟର ୨୬,୯୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଉଦ୍ୟାନ ଓ କୃଷି ବିଭାଗର ଅଧିକାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶିକ୍ଷାଗତ ଜ୍ଞାନକୁ ବ୍ୟବହାରିକ କୃଷି ପ୍ରଣାଳୀ ସହ ଯୋଡ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।Advertisment Scam: ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗରେ ମନରେଗା ଦୁର୍ନୀତିର ଗନ୍ଧ ଓଡ଼ିଶାର ବିବିଧକୃଷି ଜଳବାୟୁ ପରିସ୍ଥିତିକୁ ବିନିଯୋଗ କରି ଉଦ୍ୟାନ କୃଷି ମାଧ୍ୟମରେ ଚାଷୀଙ୍କ ରୋଜଗାର ବୃଦ୍ଧି, କୃଷି ବିବିଧିକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିବାର ବିପୁଳ ସମ୍ଭାବନା ରହିଛି।

ଯାହା ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଏହି ସମ୍ଭାବନାକୁ ବାସ୍ତବ ଅର୍ଥନୈତିକ ସୁଯୋଗରେ ରୂପାନ୍ତରିତ କରିବା ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ କୃଷି କ୍ଷେତ୍ରର ସମ୍ପ୍ରସାରଣ, ଗୁଣାତ୍ମକ ଉତ୍ପାଦନ, ସୁରକ୍ଷିତ ଚାଷ, ଛତୁ ଚାଷ, ମହୁମାଛି ପାଳନ, ଅମଳ ପରବର୍ତ୍ତୀ ପରିଚାଳନା, ମୂଲ୍ୟ ବୃଦ୍ଧି ଏବଂ ବଜାର ସଂଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ବ୍ୟବହାରିକ ପ୍ରଶିକ୍ଷଣ ଏବଂ କ୍ଷେତ୍ର ପ୍ରଦର୍ଶନୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ସହିତ କୃଷି ଉଦ୍ୟୋଗ କ୍ଷେତ୍ରକୁ କ୍ୟାରିଅର ଭାବେ ଆପଣାଇବା ପାଇଁ ଆବଶ୍ୟକ ଦକ୍ଷତା ଯୋଗାଇ ଦେବ ବୋଲି କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)