Agitation: ବିଗୁଡ଼ୁଛି ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥା
"ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ସିଜେପି (କକ୍ରୋଚ୍ ଜନତା ପାର୍ଟି)ର ଆନ୍ଦୋଳନ ଆଜି ଏକାଦଶ ଦିନରେ ପ୍ରବେଶ କରିଛି।
ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ଆଜି ଆନ୍ଦୋଳନ ସ୍ଥଳରେ ତୃତୀୟ ଦିନରେ ଅନାହାର ଅନସନରେ ବସିଥିବାବେଳେ ତାଙ୍କ ରକ୍ତ ସର୍କରା ସ୍ତର ହଠାତ୍ କମିଯାଇଛି।
ଆନ୍ଦୋଳନ ସ୍ଥଳରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ସତୀଶ ଲାମ୍ବା କହିଛନ୍ତି, ୱାଙ୍ଗଚୁକଙ୍କ ତାପମାତ୍ରା ସ୍ବାଭାବିକ ନଥିଲା।
ତାଙ୍କ ରକ୍ତଚାପ ୧୧୭/୬୦ ରହିଥିଲା।
ତାଙ୍କ ଅକ୍ସିଜେନ୍ ସାଚୁରେସନ୍ ୯୬ ପ୍ରତିଶତ ଥିବାବେଳେ ପଲ୍ସ ରେଟ୍ ପ୍ରତି ମିନିଟ୍ ପିଛା ୯୨ ଥିଲା ଏବଂ ତାଙ୍କ ରକ୍ତ ସର୍କରା ସ୍ତର ୬୬ ଏମ୍ଜି ରହିଥିଲା।
କିଛି ସୋସିଆଲ ମିଡିଆ ୟୁଜର ୱାଙ୍ଗଚୁକ୍ ରାତିରେ ଚିକେନ୍ ସୁପ୍ ଖାଇଥିବା କହିଥିବାବେଳେ ଡାକ୍ତର ଲାମ୍ବା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।Advertisment ଡାକ୍ତର ଲାମ୍ବା କହିଛନ୍ତି, ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ୁଛି ଯେ ଏହା ସୋସିଆଲ ମିଡିଆରେ ହୋଇଥିବା ଅଭିଯୋଗର ସମ୍ପୂର୍ଣ୍ଣ ବିପରୀତ।
ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଡାକ୍ତର କହିଛନ୍ତି, ଏଠାରେ ପ୍ରବଳ ଗରମ ହେଉଛି।
ଏଭଳି ସ୍ଥିତିରେ ଖାଦ୍ୟ ବିନା ରହିବା ଅତ୍ୟନ୍ତ କଷ୍ଟଦାୟକ।
ଆମେ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଛୁ ବୋଲି ସେ କହିଛନ୍ତି।
ଇତି ମଧ୍ୟରେ ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି, ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ଏବଂ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ସହ କିଛି ହୁଏ ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟୀ ରହିବେ।
NEET Paper Leak: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କଲା "ସିଜେପି" "