Modi Iran talks: ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

Jun 30, 2026 - 22:50
Modi Iran talks: ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ କଥା ହୋଇଛନ୍ତି।

କଥାବାର୍ତ୍ତା ସମୟରେ ଇରାନ ରାଷ୍ଟ୍ରପତି ପେଜେସ୍କିଆନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଞ୍ଚଳରେ ଜାରି ରହିଥିବା ସ୍ଥିତି ଏବଂ ଆଞ୍ଚଳିକ ଉତ୍ତେଜନା ହ୍ରାସ ଦିଗରେ ଗ୍ରହଣ କରାଯାଇଥିବା ପଦ‌କ୍ଷେପ ସଂକ୍ରାନ୍ତରେ ଅବଗତ କରିଛନ୍ତି।

ଏଥିସହ ଆଗକୁ କେଉଁ ପନ୍ଥା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ କହିଛନ୍ତି।Advertisment ପ୍ରଧାନମନ୍ତ୍ରୀ ମୋଦୀ ଇରାନ-ଆମେରିକା ମଧ୍ୟରେ ନିକଟରେ ହୋଇଥିବା ବୁଝାମଣାକୁ ସ୍ବାଗତ କରିଛନ୍ତି ଏବଂ ସମସ୍ତ ବିବାଦର ସମାଧାନ କଥାବାର୍ତ୍ତା ଓ କୂଟନୈତିକ ଉପାୟରେ ହେବା ଉଚିତ ବୋଲି କହିଛନ୍ତି।

ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବାପାଇଁ ମୋଦୀ ନିରନ୍ତର ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।

ମୋଦୀ ମଧ୍ୟ ମୁକ୍ତ ଜାହାଜ ଚଳାଚଳ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ଗୁରୁତ୍ବାରୋପ କରିଛନ୍ତି।

Narendra Modi: ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "