Aga Ruhullah: ନ୍ୟାସନାଲ କନ୍‌ଫରେନ୍ସ ଛାଡ଼ିଲେ ଆଗା ରୁହୁଲ୍ଲା, ନୂଆ ରାଜନୈତିକ ଦଳ ଗଠନର ସଙ୍କେତ

Nov 03, 2026 - 19:36
Aga Ruhullah: ନ୍ୟାସନାଲ କନ୍‌ଫରେନ୍ସ ଛାଡ଼ିଲେ ଆଗା ରୁହୁଲ୍ଲା, ନୂଆ ରାଜନୈତିକ ଦଳ ଗଠନର ସଙ୍କେତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି।

ଶ୍ରୀନଗରର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହଦୀ ମଙ୍ଗଳବାର ନ୍ୟାସନାଲ କନ୍‌ଫରେନ୍ସ ( ଏନ୍‌ସି ) ଦଳରୁ ଇସ୍ତଫା ଘୋଷଣା କରିଛନ୍ତି।

ଦଳର ନେତୃତ୍ୱ ୨୦୨୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଏଥିସହ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

ଜମ୍ମୁ-କାଶ୍ମୀରର ଲୋକଙ୍କ ଅଧିକାର ଓ ସମ୍ମାନର ପୁନଃପ୍ରତିଷ୍ଠା ପାଇଁ ଏକ ନୂଆ ରାଜନୈତିକ ଆନ୍ଦୋଳନ ଗଢ଼ିବା ସହ ସେ ଏକ ନୂଆ ରାଜନୈତିକ ଦଳ ଗଠନର ମଧ୍ୟ ସଙ୍କେତ ଦେଇଛନ୍ତି।

Advertisment ବୁଡ୍‌ଗାମ ଜିଲ୍ଲାର ବେହିଷ୍ଟି ଜେହରା ପାର୍କରେ ନିଜ ପିତା ଆଗା ସୟଦ ମେହଦୀଙ୍କ ୨୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସଭାରେ ରୁହୁଲ୍ଲା ଏହି ଘୋଷଣା କରିଥିଲେ।

ପ୍ରାୟ ୮୦ ମିନିଟ୍‌ର ଭାଷଣରେ ସେ ଦଳର ସଭାପତି ଫାରୁକ୍ ଅବଦୁଲ୍ଲା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱକୁ ସମାଲୋଚନା କରିଥିଲେ।

ଦଳର ନିର୍ବାଚନୀ ପ୍ରତିଶ୍ରୁତି ଓ ବର୍ତ୍ତମାନର କାର୍ଯ୍ୟଧାରା ମଧ୍ୟରେ ବଡ଼ ପାର୍ଥକ୍ୟ ଥିବା ସେ କହିଥିଲେ।

ଧାରା ୩୭୦ ପୁନଃପ୍ରଚଳନ, ରାଜନୈତିକ ବନ୍ଦୀଙ୍କ ମୁକ୍ତି ଓ ମାଗଣା ବିଦ୍ୟୁତ୍ ଯୋଗାଣ ଭଳି ପ୍ରତିଶ୍ରୁତି ଦେଇ ଏନ୍‌ସି କ୍ଷମତାକୁ ଆସିଥିଲା।

କିନ୍ତୁ ସରକାର ଗଠନ ପରେ ଏହି ପ୍ରସଙ୍ଗଗୁଡ଼ିକରେ ଦଳ ଆଶାନୁରୂପ ପଦକ୍ଷେପ ନେଇନାହିଁ ବୋଲି ରୁହୁଲ୍ଲା ଅଭିଯୋଗ କରିଥିଲେ।

Pollution: ନଭେମ୍ବର ୫ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆର୍‌ରେ ୫୦% କର୍ମଚାରୀରେ ଚାଲିବ ସମସ୍ତ କାର୍ଯ୍ୟାଳୟ ୨୦୨୪ ନିର୍ବାଚନରେ ଏନ୍‌ସିକୁ ସମର୍ଥନ କରିବା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ମଧ୍ୟ ସେ କହିଥିଲେ।

ତେବେ ତୁରନ୍ତ ଏକ ନୂଆ ଦଳ ଗଠନ କରିବା ଅପେକ୍ଷା ସଚ୍ଚୋଟ ଓ ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ ଏକାଠି କରି ଲୋକଙ୍କ ଅଧିକାର ପାଇଁ ଲଢ଼ିବା ତାଙ୍କର ପ୍ରାଥମିକତା ବୋଲି ସେ ସୂଚାଇଥିଲେ।

୨୦୨୪ ମସିହାରେ ଏନ୍‌ସି ଟିକେଟ୍‌ରେ ଶ୍ରୀନଗର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ରୁହୁଲ୍ଲା।

ଦଳର ନେତୃତ୍ୱ ସହ ଧାରା ୩୭୦ ଓ ସଂରକ୍ଷଣ ନୀତିକୁ ନେଇ ତାଙ୍କର ଦୀର୍ଘଦିନ ଧରି ମତଭେଦ ରହିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)