Advocate Pitabas Panda Murder Case: ଆଡଭୋକେଟ୍ ପୀତବାସ ପଣ୍ଡା ହତ୍ୟା ମାମଲା, ୩୯୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ

Jun 25, 2026 - 17:02
Advocate Pitabas Panda Murder Case: ଆଡଭୋକେଟ୍ ପୀତବାସ ପଣ୍ଡା ହତ୍ୟା ମାମଲା, ୩୯୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ

ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇଛି । ୩୯୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ବ୍ରହ୍ମପୁର ପୋଲିସ। ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁର ବୈକୁଣ୍ଠନଗର ସ୍ଥିତ ବାସଭବନଠାରୁ ମାତ୍ର କିଛି ଦୂରରେ ଗୁଳି କରି ପୀତବାସଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ପୋଲିସ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରିଛି। 

ଗତ ଜାନୁୟାରୀ ୪ ତାରିଖରେ ବ୍ରହ୍ମପୁର ପୋଲିସ କୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀ ଚାର୍ଜସିଟ୍ ଦାଖଲ କରିଥିଲା। ଆଜି ଫାଇନାଲ୍ ଚାର୍ଜସିଟ୍ ସହ ମାମଲାର ତଦନ୍ତରେ ପରିସମାପ୍ତି ଘଟାଇଛି ପୋଲିସ। ...