LED Streetlight Scam Uncovered: LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି; ୩ ଗିରଫ
ଖୋଲୁଛି ନବୀନଙ୍କ ଅମଳର LED ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିର ମହାଗୁମର। ଭୁବନେଶ୍ବର, ମୟୂରଭଞ୍ଜ ଓ ଯାଜପୁରର ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ । ୩ଟି ସଂସ୍ଥାର ୩ ସ୍ୱତ୍ତ୍ୱାଧିକାରୀ ବା ମାଲିକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଗିରିଜା ଶଙ୍କର ଦାଶ, ଧରଣୀଧର ସାହୁ ଓ ବିଭୂତି ରଂଜନ ବିଶ୍ବାଳ ।
ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ଏମାନଙ୍କୁ ବାନ୍ଧିଛି ଭିଜିଲାନ୍ସ । ୨୦୨୧-୨୩ରେ 'ଆମ ଗାଁ ଆମ ବିକାଶ' ଯୋଜନା ଅଧୀନରେ ବଡ଼ ଦୁର୍ନୀତି ହୋଇଥିବା ଜଣାପଡ଼ିଛି । କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରି ଛାନଭିନ କରୁଛି ।
LED ଦୁର୍ନୀତି: ୩ ଗିରଫ
୩ଟି ସଂସ୍ଥାର ୩ ମାଲିକ ଭିଜିଲାନ୍ସ ଦ୍ବାରା ଗିରଫ
ଗିରିଜା ଶଙ୍କର ଦାଶ, ଧରଣୀଧର ସାହୁ, ବିଭୂତି ରଂଜନ ବିଶ୍ବାଳ ଗିରଫ
ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ଗିରଫ
୨୦୨୧-୨୩ରେ 'ଆମ ଗାଁ ଆମ ବିକାଶ' ଯୋଜନା ଅଧୀନରେ ଦୁର୍ନୀତି
କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍