Adani Group ୩୦୦୦ ମେଗାୱାଟ୍‌ର ଦୁଇଟି ସ୍ୱଚ୍ଛଶକ୍ତି ପାୱାର ପ୍ଲାଣ୍ଟ କରିବ ଆଦାନୀ ଗ୍ରୁଫ୍

Aug 13, 2026 - 21:54
Adani Group  ୩୦୦୦ ମେଗାୱାଟ୍‌ର ଦୁଇଟି ସ୍ୱଚ୍ଛଶକ୍ତି ପାୱାର ପ୍ଲାଣ୍ଟ କରିବ ଆଦାନୀ ଗ୍ରୁଫ୍

"ଭୁବନେଶ୍ୱର:  ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ ( ପିଏସପି) ସୌରଶକ୍ତି ଉତ୍ପାଦନ ଏବଂ ପରମାଣୁ ଶକ୍ତି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ବିଷୟରେ କରଣ ଆଦାନୀ ଓ ତାଙ୍କ ଟିମ୍‌ ଆଜି ଶକ୍ତି ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଆଲୋଚନା ପୂର୍ବରୁ କରଣ ଆଦାନୀ ଓ ତାଙ୍କ ଟିମ୍‌ ଖାରବେଳ ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଥିଲେ।Advertisment Adani Group: ରାୟଗଡ଼ାରେ ଆଦାନୀ ଗ୍ରୁପ ମୁଖ୍ୟ, ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ବୈଠକ  ଶକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଶକ୍ତି ବିଭାଗର ବରିଷ୍ଠ ନେତୃବୃନ୍ଦ ଏବଂ ଆଦାନୀ ଗ୍ରୁପର କାର୍ଯ୍ୟନିର୍ବାହୀ ଟିମ୍‌ ସହ କରଣ ଆଦାନୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଗ୍ରିଡ଼କୋର ପରିଚାଳନା ନିର୍ଦ୍ଦେଶକ ଡ.

ସତ୍ୟପ୍ରିୟ ରଥଙ୍କ ସମେତ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Karan Adani Meets CM Majhi: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କରନ ଆଦାନୀ ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ ପୂର୍ବରୁ ଥରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ଶକ୍ତି କ୍ଷେତ୍ରରେ ନିବେଶ କରିବା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଥିଲେ।

ଆଜିର ବୈଠକରେ ମଧ୍ୟ ଓଡ଼ିଶାର ସ୍ୱଚ୍ଛଶକ୍ତିରେ ନିବେଶ ଯଥା ୩୦୦୦ ମେଗାୱାଟ ବିଶିଷ୍ଟ ଦୁଇଟି ପାୱାର ପ୍ଲାଣ୍ଟ ସ୍ଥାପନ କଥାକୁ ଦୋହରାଇଛନ୍ତି।

ନିରବଚ୍ଛିନ୍ନ ତଥା କାର୍ବନ ମୁକ୍ତ ବେସଲୋଡ୍ ଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନେତୃବୃନ୍ଦ ଅକ୍ଷୟ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ।

ଏଥିସହ ଅନ୍ୟାନ୍ୟ ରାଜ୍ୟରେ ଥିବା ଆଦାନୀ ଗ୍ରୁପର ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିବା ପାଇଁ ଆଦାନୀ ଗ୍ରୁପ୍ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media