Actress Shruthi Krishna: ବାପା କରିଥିଲେ ଯାଆଁଳା ଭଉଣୀଙ୍କୁ ବିବାହ,ଆଜିଯାଏ ମୁଁ ଜାଣି ପାରିଲି ନାହିଁ ମୋ ପ୍ରକୃତ ମା’ କିଏ

Jun 29, 2026 - 17:08
Actress Shruthi Krishna: ବାପା କରିଥିଲେ ଯାଆଁଳା ଭଉଣୀଙ୍କୁ ବିବାହ,ଆଜିଯାଏ ମୁଁ ଜାଣି ପାରିଲି ନାହିଁ ମୋ ପ୍ରକୃତ ମା’ କିଏ

"ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତ୍ରୀ ଶ୍ରୁତି କୃଷ୍ଣା ନିଜ ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି।

ବିଶେଷକରି ତାଙ୍କ ବାପା ଯାଆଁଳା ଭଉଣୀଙ୍କୁ ବିବାହ କରିଥିବା ଘଟଣା ଏବଂ ତାଙ୍କର ଦୁଇଜଣ ମା" ଥିବା କାହାଣୀ ଲୋକଙ୍କ ଆଗ୍ରହ ବଢ଼ାଇଥାଏ।

ତେବେ ଶ୍ରୁତିଙ୍କ କହିବା ଅନୁସାରେ, ଦୁଇ ଜଣ ମା"ଙ୍କର ସ୍ନେହ ପାଇବା ତାଙ୍କ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ।

Advertisment ୩୬ ବର୍ଷରୁ ଅଧିକ ସମୟ ଧରି ଅଭିନୟ ଜଗତରେ ସକ୍ରିୟ ଥିବା ଶ୍ରୁତି କନ୍ନଡ଼, ତାମିଲ, ତେଲୁଗୁ ଓ ମଲୟାଲମ ଭାଷାର ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସେ ତିନିଥର କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି।

ଶ୍ରୁତିଙ୍କ ପ୍ରକୃତ ନାମ ହେଉଛି ଗିରିଜା।

ତାଙ୍କ ବାପା ଜି.ଭି.

କୃଷ୍ଣା ଏକ ନାଟ୍ୟ ଦଳ ଚଳାଉଥିଲେ।

ସେହି ନାଟ୍ୟ ଦଳରେ ଥିବା ଯାଆଁଳା ଭଉଣୀଙ୍କୁ ସେ ବିବାହ କରିଥିଲେ।

ପରେ ଏହି ପରିବାରରେ ଶ୍ରୁତି, ଶରଣ ଓ ଉଷା ନାମକ ତିନି ସନ୍ତାନଙ୍କ ଜନ୍ମ ହୋଇଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଆଜି ପର୍ଯ୍ୟନ୍ତ ଏହି ତିନି ଭାଇଭଉଣୀ ଜାଣିନାହାନ୍ତି ଯେ ତାଙ୍କର ନିଜ ମା" କିଏ।

କାରଣ ଦୁଇଜଣ ମା" ସମସ୍ତଙ୍କୁ ସମାନ ସ୍ନେହ ଓ ଭଲପାଇବା ଦେଇ ବଡ଼ କରି ଆସିଛନ୍ତି।

ସ୍ନାନବେଦୀରୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ 'ଆମ ପାଇଁ ଦୁହେଁ ମା"' ଏକ ସାକ୍ଷାତ୍କାରରେ ଶ୍ରୁତି କହିଥିଲେ, “ଆମ ପାଇଁ କେଉଁ ମା" ଜନ୍ମ ଦେଇଛନ୍ତି, ତାହା ଜାଣିବା କେବେ ଜରୁରୀ ଲାଗି ନଥିଲା।

ଆମର ପରିବାର ଏକ।

ଦୁଇଜଣ ହିଁ ଆମର ମା"।

ସେମାନେ ଆମକୁ ସମାନ ସ୍ନେହ ଓ ମମତା ଦେଇଛନ୍ତି।

କିଏ କାହାର ସନ୍ତାନ, ସେଥିରେ କୌଣସି ଫରକ ଆଜିଯାଏ ପଡ଼ିନାହିଁ।

ଦୁଇ ଜଣ ମା" ଥିବାକୁ ନେଇ ଶ୍ରୁତି କେବେ ଲଜ୍ଜା ଅନୁଭବ କରିନାହାନ୍ତି।

ବରଂ ସେ ଏହାକୁ ନିଜ ଜୀବନର ଗର୍ବ ବୋଲି ମନେ କରନ୍ତି।

କିପରି ହେଲେ ସୁପରଷ୍ଟାର?

କନ୍ନଡ଼ ସିନେମାରେ ସଫଳତା ପାଇବା ପରେ ଶ୍ରୁତି ତାମିଲ, ତେଲୁଗୁ ଓ ମଲୟାଲମ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। 'ଆଘାଥା' ଫିଲ୍ମ ପାଇଁ ସେ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ଭାବପ୍ରବଣ ଅଭିନୟ ପାଇଁ ସେ 'ଟ୍ରାଜେଡି କ୍ୱିନ୍' ଭାବେ ପରିଚିତ ହୋଇଥିଲେ।

୨୦୦୪ରେ 'ଗୌଡରୁ' ଫିଲ୍ମ ପାଇଁ ସେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ।

ଦୁଇଟି ବିବାହ, ଦୁଇଟି ବିଚ୍ଛେଦ କ୍ୟାରିୟରର ଶୀର୍ଷ ସମୟରେ ଶ୍ରୁତି ନିର୍ଦ୍ଦେଶକ ଏସ୍.

ମହେନ୍ଦ୍ରଙ୍କୁ ବିବାହ କରିଥିଲେ।

ଏହି ଦମ୍ପତିଙ୍କର ଜଣେ ଝିଅ ଅଛନ୍ତି।

୧୧ ବର୍ଷ ପରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା।

ପରେ ୨୦୧୩ରେ ସେ ସାମ୍ବାଦିକ ଚକ୍ରବର୍ତ୍ତୀ ଚନ୍ଦ୍ରଚୂଡ଼ଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ବର୍ଷକ ମଧ୍ୟରେ ଭାଙ୍ଗିଯାଇଥିଲା।

ଅଭିନୟ ସହ ଶ୍ରୁତି ରାଜନୀତିରେ ମଧ୍ୟ ସକ୍ରିୟ।

ସେ ବିଜେପିର ସଦସ୍ୟ ଏବଂ ବିଗ୍ ବସ୍ କନ୍ନଡ଼–୩ର ବିଜେତା ମଧ୍ୟ ରହିଛନ୍ତି।

"