Actress: ରାଜଧାନୀରେ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ କରିଲେ ଜଣାଶୁଣା ଅଭିନେତ୍ରୀ
ଭୁବନେଶ୍ବର: ସଂପ୍ରତି 'ଗସିପ୍ ଗର୍ଲ୍ସ' ନାମକ ଏକ ସୋ' ପାଇଁ ଚର୍ଚ୍ଚାରେ ଥିବା ଜଣେ ଅଭିନେତ୍ରୀ ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ ପ୍ରତି ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ କରିଛନ୍ତି।
ଏନେଇ ସେ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ସୂଚନା ଦେଇଛନ୍ତି।
Advertisment ସେ ଲେଖିଛନ୍ତି, ରାତିରେ, ମୁଁ ଭୁବନେଶ୍ୱରର ରୋମିଓ ଲେନରେ ନିର୍ଯାତନା ଏବଂ ଦୁର୍ବ୍ୟବହାରର ଶିକାର ହୋଇଥିଲି।
କିଛି ପୁରୁଷ ମୋ ସହିତ ଅନୁପଯୁକ୍ତ ବ୍ୟବହାର କରିଥିଲେ, ଏବଂ ଯେତେବେଳେ ମୁଁ ପ୍ରତିବାଦ କଲି, ପରିସ୍ଥିତି ଆହୁରି ଖରାପ ହୋଇଗଲା।
ଆହୁରି ଚିନ୍ତାଜନକ କଥା ହେଉଛି ଯେ ବାଉନ୍ସର ଏବଂ ପରିଚାଳନା କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାରେ ବିଫଳ ହୋଇଥିଲେ ଏବଂ ନିରବଦ୍ରଷ୍ଟା ସାଜିଥିଲେ।
ଏକ ଏଫଆଇଆର ରୁଜୁ ହୋଇଛି।
ମୁଁ ଅଭିଯୁକ୍ତ ଏବଂ ପରିଚାଳନା ବିରୁଦ୍ଧରେ କଠୋର ଏବଂ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।
ଯେଉଁ ପ୍ରତିଷ୍ଠାନଗୁଡ଼ିକ ମହିଳା ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୁଅନ୍ତି ଏବଂ ସେମାନଙ୍କ ନଜରରେ ଏପରି ଘଟଣା ଘଟାଇବାକୁ ଦିଅନ୍ତି, ସେମାନଙ୍କୁ ତୁରନ୍ତ ବନ୍ଦ କରାଯିବା ଉଚିତ।
ଜନ ସୁରକ୍ଷା ଇଚ୍ଛାଧୀନ ନୁହେଁ, ଏବଂ ଏପରି ଅବହେଳାର ପରିଣାମ ନିଶ୍ଚିତ ଭାବରେ ଭୋଗିବାକୁ ପଡିବ।
ପୁଲିସର ପ୍ରତିକ୍ରିୟା ମିଳିନାହିଁ ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସର ପ୍ରତିକ୍ରିୟା ବି ମିଳିନାହିଁ।
Suspended: ସାର ଦୁର୍ନୀତି ଅଭିଯୋଗରେ ଡାବୁଗାଁ ଲ୍ୟାମ୍ପ ଶାଖା ପରିଚାଳକ ନିଲମ୍ବିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
