Action: ଚୀନ୍ରୁ ବାଂଲାଦେଶ ଯାଉଥିଲା ଜାହାଜରୁ ଇଣ୍ଡୋନେସିଆ ନୌସେନା ଜବତ କଲା ୪୦୫ ଟନ୍ ରାସାୟନିକ ପଦାର୍ଥ
ନୂଆଦିଲ୍ଲୀ: ଚୀନ୍ରୁ ବାଂଲାଦେଶ ଯାଉଥିବା ଏକ ସନ୍ଦିଗ୍ଧ ମାଲବାହୀ ଜାହାଜକୁ ଇଣ୍ଡୋନେସିଆ ନୌସେନା ଅଟକାଇ ସେଥିରୁ ୪୦୫ ଟନ୍ ସୋଡିୟମ୍ ପର୍କ୍ଲୋରେଟ୍ ଜବତ କରିଛି।
କ୍ଷେପଣାସ୍ତ୍ର ଓ ରକେଟ୍ର ପ୍ରପେଲାଣ୍ଟ ନିର୍ମାଣରେ ବ୍ୟବହୃତ ଏହି ରାସାୟନିକ ପଦାର୍ଥରୁ ପ୍ରାୟ ୧୦୦ଟି କ୍ଷେପଣାସ୍ତ୍ର ତିଆରି ସମ୍ଭବ ବୋଲି ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଜାହାଜରୁ ଲକ୍ଷ ଲକ୍ଷ ପଞ୍ଜୀକରଣ ହୋଇନଥିବା ସିମ୍ କାର୍ଡ ମଧ୍ୟ ମିଳିଛି।
ଏହି ସାମଗ୍ରୀ କାହା ପାଇଁ ଓ କେଉଁ ଉଦ୍ଦେଶ୍ୟରେ ବାଂଲାଦେଶ ପଠାଯାଉଥିଲା, ତାହାକୁ ନେଇ ତଦନ୍ତ ଚାଲିଛି।
Advertisment ସୂଚନା ଅନୁଯାୟୀ, କୋମୋରୋସ୍ ପତାକା ଲାଗିଥିବା 'ଏମ୍ଭି ଷ୍ଟାର୍ ଲାଇନ୍' ନାମକ ଜାହାଜଟି ଚୀନ୍ର ଲିଆନ୍ୟୁଙ୍ଗାଙ୍ଗ ବନ୍ଦରରୁ ବାଂଲାଦେଶର ମୋଙ୍ଗଲା ବନ୍ଦର ଅଭିମୁଖେ ଯାଉଥିଲା।
ନଭେମ୍ବର ୭ରେ ଉତ୍ତର ସୁମାତ୍ରାର ବେଲାୱାନ୍ ଉପକୂଳ ନିକଟରେ ଏହାକୁ ଅଟକାଯାଇଥିଲା।
ଜାହାଜର ୩୬ଟି କଣ୍ଟେନର ଯାଞ୍ଚ ବେଳେ ୧୫ଟିରୁ ୪୦୫ ଟନ୍ ସୋଡିୟମ୍ ପର୍କ୍ଲୋରେଟ୍ ମିଳିଥିଲା।
ଏହା ସହ ୫୪ଟି ପ୍ୟାଲେଟ୍ରେ ଥିବା ଲକ୍ଷ ଲକ୍ଷ ଖାଲି ୪ଜି ସିମ୍ କାର୍ଡ ମଧ୍ୟ ଜବତ ହୋଇଛି।
Iran: ଆର୍ଜେଣ୍ଟିନା ନୌସେନା, ବାୟୁସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଇରାନ ଜାହାଜଟି ନିର୍ଦ୍ଧାରିତ ସମୁଦ୍ରପଥରୁ ବିଚ୍ୟୁତ ହେବା ଏବଂ ରେଡିଓ ଯୋଗାଯୋଗର ଉତ୍ତର ନ ଦେବାରୁ ନୌସେନାର ସନ୍ଦେହ ହୋଇଥିଲା।
ଯାଞ୍ଚ ବେଳେ ଏହାର ପଞ୍ଜୀକରଣ ଓ ମାଲ୍ ପରିବହନ ସମ୍ପର୍କିତ କାଗଜପତ୍ରରେ ଅସଙ୍ଗତି ମଧ୍ୟ ମିଳିଥିଲା।
ବାଂଲାଦେଶରେ ଏଭଳି ରାସାୟନିକ ପଦାର୍ଥର ବ୍ୟବହାର ଓ ଏହାର ପ୍ରକୃତ ଗ୍ରହୀତା କିଏ, ତାହା ସ୍ପଷ୍ଟ ହୋଇନାହିଁ।
ଜାହାଜର ମାଲିକ, ପରିବହନକାରୀ ସଂସ୍ଥା ଓ ଉଦ୍ଦିଷ୍ଟ ଗ୍ରହୀତାଙ୍କ ପରିଚୟ ଜାଣିବା ପାଇଁ ଇଣ୍ଡୋନେସିଆ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
