Accused Arrested: ହତ୍ୟାକାଣ୍ଡର ୪ ମାସ ପରେ ମିଳିଲା ମୃତକଙ୍କ କଙ୍କାଳ ଓ ହାଡ଼, ବନ୍ଧା ହେଲା ଅଭିଯୁକ୍ତ ସାଙ୍ଗ

Nov 14, 2026 - 12:02
Accused Arrested: ହତ୍ୟାକାଣ୍ଡର ୪ ମାସ ପରେ ମିଳିଲା ମୃତକଙ୍କ କଙ୍କାଳ ଓ ହାଡ଼, ବନ୍ଧା ହେଲା ଅଭିଯୁକ୍ତ ସାଙ୍ଗ

ସମ୍ବଲପୁର : ହତ୍ୟାକାଣ୍ଡ ର ୪ ମାସପରେ ମିଳିଲା ମୃତଦେହ ।

ମୃତକ ଜଣକ ହେଲେ ରାଜେଶ ଗୁପ୍ତା (୩୫)।

ତାଙ୍କ ଘର ଆର ଏମ ସି ଭୁଆଁପଡା ଅଂଚଳରେ।

ସୂଚନା ଅନୁସାରେ ରାକ୍ଷୀପୂର୍ଣ୍ଣିମା ଦିନ ଅଭିଯୁକ୍ତ ଭଗବାନ ତାଣ୍ଡି ଓ ମୃତକ ରାଜେଶ ସାଙ୍ଗ ହେଇ ମଦ ପିଉଥିଲେ।ନିଶା ସେବନ କରିବା ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ରାଗରେ ଏକ ପଥର ଓ ଛୁରୀ ସାହାଯ୍ୟରେ ଭଗବାନ ରାଜେଶଙ୍କୁ ହତ୍ୟା କରି ନିକଟରେ ଥିବା ଏକ ନାଳରେ ଫିଙ୍ଗି ଦେଇଥିଲା।

ଏହାପରେ ଅଭିଯୁକ୍ତ ୪ ମାସ ଧରି ଫେରାର ଥିଲା।

Advertisment ସବୁ କଥା ଓଗାଳିଛି ଅଭିଯୁକ୍ତ ଆଜି ସକାଳେ ପୁଲିସ୍ ସୁରାକ୍ ପାଇ ଅଭିଯୁକ୍ତକୁ ଧରିଥିଲା ଏବଂ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବା ସହ ସବୁ କଥା ଓଗାଳିଛି।

ଏଣେ ଘଟଣାସ୍ଥଳରୁ ମୃତକର ହାଡ଼ ଓ କଙ୍କାଳ ଜବତ କରିଛି।

ଅଭିଯୁକ୍ତ ଭଗବାନ ତାଣ୍ଡି ବି ହତ୍ୟା କରିବାର ସ୍ବୀକାର କରିଛି।

ଅଭିଯୁକ୍ତକୁ ବରେଇପାଲି ଥାନା ପୁଲିସ ଗିରଫ କରିଛି।

ଆଜି ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

Odisha High Court: ହାଇକୋର୍ଟରେ ଆକାଶ ପାଠକଙ୍କ ଜବତ ଗାଡ଼ି ପ୍ରସଂଗ, ସାନି ମୂଲ୍ୟାୟନ ଓ ବ୍ୟାଙ୍କ ଏଫଡିଆର ଦାଖଲ ପାଇଁ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)