Accident: ୨୨ ଫୁଟ ଉଚ୍ଚ ଭଗବାନ ଗଣେଶଙ୍କ ମୂର୍ତ୍ତି ପଡ଼ି ୨ ମୃତ, ୫ ଆହତ

Aug 23, 2026 - 11:00
Accident: ୨୨ ଫୁଟ ଉଚ୍ଚ ଭଗବାନ ଗଣେଶଙ୍କ ମୂର୍ତ୍ତି ପଡ଼ି ୨ ମୃତ, ୫ ଆହତ

"ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି।

୨୨ ଫୁଟ ଉଚ୍ଚ ଗଣେଶଙ୍କ ପ୍ରତିମା ହଠାତ୍ ପଡ଼ିଯିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା।

ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମସ୍ତ ପୀଡିତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।

ଆହତମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।ରିପୋର୍ଟ ଅନୁଯାୟୀ, ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ଗଣପତି ମୂର୍ତ୍ତି ଆଗମନ ସମୟରେ ଶନିବାର ରାତିରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା।

ପ୍ରାୟ ୨୨ ଫୁଟ ଉଚ୍ଚ "ଭୁଲେଶ୍ୱରଚା ରାଜା" ମୂର୍ତ୍ତି ହଠାତ୍ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ।

ଏହି ଦୁର୍ଘଟଣା ଅଗଷ୍ଟ ୨୨ ତାରିଖ ରାତି ପ୍ରାୟ ୯:୫୧ ସମୟରେ କବୁତରଖାନାର ବଳରାମ ମର୍ଚ୍ଚାଣ୍ଟ ରୋଡ୍ ଏବଂ ଜୟ ଆମ୍ବେ ଚୌକ୍ ନିକଟରେ ଘଟିଥିଲା।

ମୂର୍ତ୍ତିକୁ ବାଇକୁଲାରୁ ଭୁଲେଶ୍ୱରର ମଣ୍ଡପକୁ ଅଣାଯାଉଥିଲା।

ତେବେ ପେଣ୍ଡାଲର ୫୦-୬- ମିଟର ଦୂରରୁ ଏହି ପଡ଼ିଯାଇଥିଲା।Advertisment ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ମୁମ୍ବାଇ ଅଗ୍ନିଶମ ବାହିନୀ, ମୁମ୍ବାଇ ପୁଲିସ, ଟ୍ରାଫିକ ପୋଲିସ, ୧୦୮ ଆମ୍ବୁଲାନ୍ସ ସେବା ଏବଂ ମ୍ୟୁନିସିପାଲ କର୍ପୋରେସନ ୱାର୍ଡ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା।

ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଅଧିକାରୀଙ୍କ ଅନୁଯାୟୀ, ମୃତକଙ୍କୁ ସଙ୍କେତ ନେଭସେ ଏବଂ ବ୍ରିଜେଶ ହେମନ୍ତ ଯୋଶୀ ବୋଲି ଚିହ୍ନଟ କରାଯାଇଛି।

ଆହତମାନଙ୍କୁ ବୈଭବ ଘେନାନ୍ଦ, ପବନ ଚୌରାସିଆ, ଲାବଣ୍ୟ ଗାନେର, ଦିବ୍ୟ ଗାନେର ଏବଂ କୁନାଲ କାଶିଦ ଭାବେ ଚିହ୍ନ କରାଯାଇଛି ବୋଲି ପୌରପାଳିକା ଅଧିକାରୀମାନେ କହିଛନ୍ତି।

US Canada Trade: ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ: ଆମ ଉପରେ ଏକ ଆକ୍ରମଣ ହୋଇଛି କହି ଉଦ୍‌ବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ କାର୍ନି ୧୦ ଦିନିଆ ଗଣେଶୋତ୍ସବ ମୁମ୍ବାଇ ଏବଂ ମହାରାଷ୍ଟ୍ରରେ ଧୁମ୍‌ଧାମରେ ପାଳିତ ହୋଇଥାଏ।

ପ୍ରଭୁ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ମହା ଆଡମ୍ବରରେ ଶୋଭାଯାତ୍ରାରେ ମଣ୍ଡପକୁ ଅଣାଯାଇଥାଏ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)