Loot: ଥାନାଠାରୁ ୧୦୦ ମିଟର ଦୂରରେ ସଶସ୍ତ୍ର ଡକାୟତି: ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍ ଅଭିଯୋଗ

Aug 23, 2026 - 11:16
Loot:  ଥାନାଠାରୁ ୧୦୦ ମିଟର ଦୂରରେ ସଶସ୍ତ୍ର ଡକାୟତି: ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍ ଅଭିଯୋଗ

"କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧକେଲା ଥାନାଠାରୁ ମାତ୍ର ପ୍ରାୟ ୧୦୦ ମିଟର ଦୂରରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ଘଟିଛି।

ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ଦୁର୍ବୃତ୍ତମାନେ ପଶି ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରିବା ସହ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।Advertisment ସୂଚନା ଅନୁସାରେ, ଘଟଣା ସମୟରେ ଘରେ ଫୁଲଚନ୍ଦଙ୍କ ବୃଦ୍ଧ ବାପା, ମାଆ ଓ ଭଉଣୀ ଉପସ୍ଥିତ ଥିଲେ।

ପୁଅ ଓ ବୋହୂ ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପ୍ରବେଶ କରିଥିଲେ।

ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଏକପ୍ରକାର ବନ୍ଧକ ରଖି ଘରେ ଥିବା ସୁନା ଗହଣା ନେଇ ଫେରାର ହୋଇଥିବା ଜଣାପଡ଼ିଛି।

ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ବିଶେଷକରି ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଘଟିବା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ପୁଲିସ ଖୋଳତାଡ଼ କରୁଛି ଖବର ପାଇ ସିନ୍ଧକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଡକାୟତିରେ କେତେଜଣ ସାମିଲ ଥିଲେ, ସେମାନେ କେଉଁ ଦିଗକୁ ଫେରାର ହୋଇଛନ୍ତି ଏବଂ ଲୁଟ ହୋଇଥିବା ସୁନା ଗହଣାର ପ୍ରକୃତ ମୂଲ୍ୟ କେତେ, ସେନେଇ ପୁଲିସ ଖୋଳତାଡ଼ କରୁଛି ।

ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ଡକାୟତମାନଙ୍କୁ ଶୀଘ୍ର ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।

Odisha Parab: ବାରଣାସୀରେ "ଓଡ଼ିଶା ପରବ" ଉଦ୍‌ଘାଟିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)