Sainik School Recruitment: ସୈନିକ ସ୍କୁଲ ସମ୍ବଲପୁରରେ ନିଯୁକ୍ତି: PGT, TGT ସମେତ ବିଭିନ୍ନ ପଦବିରେ ସୁଯୋଗ
"ସମ୍ବଲପୁର: ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ଖବର।
ସୈନିକ ସ୍କୁଲ ସମ୍ବଲପୁର ପକ୍ଷରୁ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପଦବିରେ ନିଯୁକ୍ତି ପାଇଁ ଆବେଦନପତ୍ର ପ୍ରକାଶ ପାଇଛି।
PGT, TGT ସହିତ PEM-PTI କମ୍ ମାଟ୍ରନ୍, ଆର୍ଟ ମାଷ୍ଟର, ଲ୍ୟାବ୍ ଆସିଷ୍ଟାଣ୍ଟ ଓ ଲୋୟର ଡିଭିଜନ୍ କ୍ଲର୍କ (LDC) ପଦବିରେ ପ୍ରାର୍ଥୀମାନେ ଆବେଦନ କରିପାରିବେ।Advertisment କେଉଁ ପଦବିରେ ନିଯୁକ୍ତି?
PGT ପଦବିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ସାଇନ୍ସ ବିଷୟ ରହିଛି।
ସେହିପରି TGT ପାଇଁ ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ, ଗଣିତ ଓ ଇଂରାଜୀ ବିଷୟରେ ସୁଯୋଗ ରହିଛି।
ଏହା ବ୍ୟତୀତ PEM-PTI କମ୍ ମାଟ୍ରନ୍, ଆର୍ଟ ମାଷ୍ଟର, ଜୀବବିଜ୍ଞାନ ଲ୍ୟାବ୍ ଆସିଷ୍ଟାଣ୍ଟ ଓ LDC ପଦବି ମଧ୍ୟ ରହିଛି।
କିଏ କରିପାରିବେ ଆବେଦନ?
PGT ପଦବି ପାଇଁ ସମ୍ପୃକ୍ତ ବିଷୟରେ ଅତିକମରେ ୫୦ ପ୍ରତିଶତ ନମ୍ବର ସହ ସ୍ନାତକୋତ୍ତର ଡିଗ୍ରୀ ସହ B.Ed.
କିମ୍ବା ନିର୍ଦ୍ଧାରିତ ଯୋଗ୍ୟତା ଆବଶ୍ୟକ।
TGT ପଦବୀ ପାଇଁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ଡିଗ୍ରୀ ସହ B.Ed.
ଏବଂ CTET Paper-II କିମ୍ବା TET ପାସ୍ ଯୋଗ୍ୟତା ଦରକାର।
କମ୍ପ୍ୟୁଟର ସାଇନ୍ସ PGT ପାଇଁ ସମ୍ପୃକ୍ତ ବିଷୟରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ।
ଅଣଶିକ୍ଷକ ପଦବୀ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି।
ଲ୍ୟାବ୍ ଆସିଷ୍ଟାଣ୍ଟ ପାଇଁ ବିଜ୍ଞାନ ବିଷୟରେ ଆବଶ୍ୟକ ଯୋଗ୍ୟତା ଏବଂ LDC ପଦବୀ ପାଇଁ ଦଶମ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ।
ବୟସ ସୀମା କେତେ?
PGT ପଦବି ପାଇଁ ବୟସ ୨୧ରୁ ୪୦ ବର୍ଷ ଏବଂ TGT ପାଇଁ ୨୧ରୁ ୩୫ ବର୍ଷ ରହିଛି।
PEM-PTI କମ୍ ମାଟ୍ରନ୍, ଆର୍ଟ ମାଷ୍ଟର ଓ ଲ୍ୟାବ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ବୟସ ସୀମା ୨୧ରୁ ୫୦ ବର୍ଷ।
LDC ପଦବି ପାଇଁ ୧୮ରୁ ୫୦ ବର୍ଷ ବୟସର ପ୍ରାର୍ଥୀ ଆବେଦନ କରିପାରିବେ।
ଦରମା କେତେ?
ନିୟମିତ PGT ପଦବି ପାଇଁ ସପ୍ତମ ବେତନ କମିଶନ ଅନୁସାରେ ପେ ଲେଭଲ୍-୮ରେ ୪୭,୬୦୦ରୁ ୧,୫୧,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।
TGT ପଦବୀ ପାଇଁ ପେ ଲେଭଲ୍-୭ରେ ୪୪,୯୦୦ରୁ ୧,୪୨,୪୦୦ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି।
ଅନ୍ୟ ପଦବିଗୁଡ଼ିକରେ ମଧ୍ୟ ନିର୍ଦ୍ଧାରିତ ମାସିକ ପାରିଶ୍ରମିକ ରହିଛି।
କିପରି ହେବ ଚୟନ?
ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଦକ୍ଷତା କିମ୍ବା ପ୍ରାକ୍ଟିକାଲ୍ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ କରାଯିବ।
ପଦବି ଅନୁସାରେ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ରହିପାରେ।
ସେପ୍ଟେମ୍ବର ୭ ସୁଦ୍ଧା ଆବେଦନ ଏହି ନିଯୁକ୍ତି ପାଇଁ ଅଫଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ।
ପ୍ରାର୍ଥୀମାନେ ଆବେଦନ ଫର୍ମ ସହ ଆବଶ୍ୟକ ଦସ୍ତାବିଜ ଓ ଫି"ର ରସିଦକୁ ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟରେ ସୈନିକ ସ୍କୁଲ ସମ୍ବଲପୁରକୁ ପଠାଇପାରିବେ।
ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୭ରହିଛି।
Elephant: ଚମ୍ପୁଆ ସହରରେ ବୁଲିଲା ଗୋଠ ଛଡ଼ା ଦନ୍ତାହାତୀ ସାଧାରଣ ଓ OBC ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି" ୫୦୦ଟଙ୍କା, SC/ST ପ୍ରାର୍ଥୀଙ୍କ ପାଇଁ ୨୫୦ଟଙ୍କା ରହିଛି।
ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ଅଧିକୃତ ବିଜ୍ଞପ୍ତିରେ ନିଜ ପଦବିର ଯୋଗ୍ୟତା, ବୟସ ଓ ଅନ୍ୟାନ୍ୟ ସର୍ତ୍ତ ନିଶ୍ଚିତ ଭାବେ ଯାଞ୍ଚ କରିବା ଉଚିତ।
ସ୍କୁଲର ଠିକଣା ହେଉଛି: ପ୍ରିନ୍ସିପାଲ, ସୈନିକ ସ୍କୁଲ, ସମ୍ବଲପୁର, ପୋଷ୍ଟ-ବସନ୍ତପୁର, ପିଏସ୍-ବୁର୍ଲା, ଭାୟା ସିଏସ୍ ଚିପଲିମା, ଗୌଶାଳା ନିକଟରେ, ଜିଲ୍ଲା ସମ୍ବଲପୁର, ଓଡିଶା-୭୬୮୦୨୫।
ଏହି ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ, ପ୍ରାର୍ଥୀମାନେ ୯୬୯୨୨୦୦୬୭୪ରେ ମଧ୍ୟ ଯୋଗାଯୋଗ କରିପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

