Water Crisis: ପାନୀୟ ଜଳ ସମସ୍ୟାକୁ ନେଇ ଜାତୀୟ ରାଜପଥ ୩୨୬ ଅବରୋଧ

Jun 05, 2026 - 14:26
Water Crisis: ପାନୀୟ ଜଳ ସମସ୍ୟାକୁ ନେଇ ଜାତୀୟ ରାଜପଥ ୩୨୬ ଅବରୋଧ

"ରାୟଗଡା: ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା  ସମାଧାନ ହେଉ ନଥିବାରୁ ଆଜି ସକାଳୁ କୋରାପୁଟ ରାୟଗଡା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥିତ କୁମ୍ଭିକୋଟା ଗ୍ରାମ ଠାରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି ।Advertisment ଦୀର୍ଘଦିନ ଧରି ଜଳ ସଙ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ କୁମ୍ଭିକୋଟା ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପିଇବା ପାଣି ଯୋଗାଣ ଦାବିରେ ଶତାଧିକ ଗ୍ରାମବାସୀ କେରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଫଳରେ ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଛି।

ଦୀର୍ଘଦିନ ଧରି ଜଳ ସଙ୍କଟ ଲାଗି ରହିଥିବା ବେଳେ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆଲୋଚନା ଆରମ୍ଭ କରିଛନ୍ତି।

ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ କୁମ୍ଭିକୋଟା ଗାଁରେ ପାନୀୟ ଜଳ ସମସ୍ୟା ଉଗ୍ର ରୂପ ନେଇଛି।

ଶତାଧିକ ଗ୍ରାମବାସୀ ଗରା ଓ ବାଲ୍ଟି ଧରି କେରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଗାଁରେ ପାନୀୟ ଜଳ ସଙ୍କଟ ଲାଗି ରହିଛି।

ସମସ୍ୟା ସମାଧାନ ପାଇଁ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ।

ପାଣି ଯୋଗାଣ ନହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରି ବସିଛନ୍ତି।ଘଟଣାକୁ ନେଇ ରାୟଗଡ଼ା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା କହିଛନ୍ତି ଯେ ସେହି ଅଞ୍ଚଳରେ ପାନୀୟ  ଜଳ  ସମସ୍ୟା ରହିଛି  ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ।

ବର୍ତ୍ତମାନ ରାୟଗଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି।

ବାରମ୍ବାର ବିଜୁଳି କାଟ ସମସ୍ୟା ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି I Stabbing: ରାୟଗଡ଼ାରେ ବିଳମ୍ବିତ ରାତ୍ରିରେ ଛୁରାମାଡ଼ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।