Accident: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

Sep 07, 2026 - 22:54
Accident: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

"ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି।

ସେମାନେ ରାଜସ୍ଥାନରୁ ଏକ ପିକ୍‌ଅପ୍‌ ଗାଡ଼ିରେ ବଦାୟୁଁ ଯାଉଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ରୋଡ୍‌ ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା।

ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି।

Advertisment ସିଏମ୍‌ଓ (ମୁଖ୍ୟ ମେଡିକାଲ ଅଫିସର୍‌) ଡା.

ତୀର୍ଥ ଲାଲ୍‌ ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଖେକରା ଥାନା ଅଞ୍ଚଳ ଅଧୀନରେ ଗତକାଲି ରାତି ୧୨ଟା ୩୦ ସମୟରେ ଏହି ଦୁର୍ଘଟଣା ହୋଇଥିଲା।

ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହତମାନଙ୍କୁ ବାଗପତ ଜିଲ୍ଲା ହସ୍ପିଟାଲ ଏବଂ ଖେକ୍ରା ଓ ବାଗପତର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Plane crash: ଆମେରିକାରେ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ, ୫ ଜଣଙ୍କର ମୃତ୍ୟୁ, ୨୫୦ ଉଡ଼ାଣ ପ୍ରଭାବିତ ଯେଉଁମା‌ନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ଯାତ୍ରୀ କୁନୱର ପାଲ୍‌ କହିଛନ୍ତି, ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ।

ହଠାତ୍‌ ଖୁବ୍‌ ଜୋର୍ ଶବ୍ଦ ସହ ଗାଡ଼ିଟି ଓଲଟି ପଡ଼ିଥିଲା।

ଏହାପରେ କେବଳ କାନ୍ଦବୋବାଳି ଶବ୍ଦ ଶୁଣିବାକୁ ମିଳିଥିଲା।

ମୃତକମାନଙ୍କ ପରିଚୟ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)