Accident: ଆନ୍ଧ୍ରରେ ଧକ୍କା ହୋଇ ପୋଲ ତଳକୁ ଖସିପଡ଼ିଲେ ବସ୍‌-ଟ୍ରକ୍‌, ୪୦ ଆହତ

Aug 09, 2026 - 17:53
Accident: ଆନ୍ଧ୍ରରେ ଧକ୍କା ହୋଇ ପୋଲ ତଳକୁ ଖସିପଡ଼ିଲେ ବସ୍‌-ଟ୍ରକ୍‌, ୪୦ ଆହତ

"ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ରବିବାର ଭୋର ସମୟରେ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଉଭୟ ଗାଡ଼ି ପୋଲ ତଳକୁ ଖସିପଡ଼ିବାରୁ ଅତି କମ୍‌ରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି।Advertisment ପୁଲିସ ଅନୁସାରେ, ରବିବାର ପୂର୍ବାହ୍ଣ ପ୍ରାୟ ୪ଟା ସମୟରେ ଅନନ୍ତପୁର ଜିଲ୍ଲାର ପାମିଡି ମଣ୍ଡଳ ଅନ୍ତର୍ଗତ ପୋଗୁରୁରୁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଭଲ୍‌ଭୋ ଘରୋଇ ବସ୍‌ ପୋଗୁରୁରୁ ବ୍ରିଜ୍‌ ଦେଇ ଯାଉଥିବା ବେଳେ ଏକ ଆଇଚର୍‌ ଟ୍ରକ୍‌ ସହ ଧକ୍କା ହୋଇଥିଲା।

ଧକ୍କା ପରେ ବସ୍‌ ଓ ଟ୍ରକ୍‌ ଉଭୟ ବ୍ରିଜ୍‌ରୁ ତଳକୁ ଖସିପଡ଼ିଥିଲେ।

ଦୁର୍ଘଟଣାରେ ବସ୍‌ଟି ଭାଙ୍ଗିରୁଜି ଯିବା ସହଏଥିରେ ଅନେକ ଯାତ୍ରୀ ଫସି ରହିଥିଲେ।

ପାମିଡି ଥାନାର ଜଣେ ପୁଲିସ ଅଧିକାରୀଙ୍କ ଅନୁସାରେ, ଦୀର୍ଘ ସମୟର ଉଦ୍ଧାର କାର୍ଯ୍ୟ ପରେ ଖନନ ଯନ୍ତ୍ର ସହାୟତାରେ ଫସିଥିବା ଯାତ୍ରୀ ଓ ବସ୍‌ ଚାଳକଙ୍କୁ ବାହାର କରାଯାଇଥିଲା।

ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଆହତମାନଙ୍କୁ ପ୍ରଥମେ ପାମିଡି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।

ଗୁରୁତର ଆହତଙ୍କୁ ପରେ ଅଧିକ ଚିକିତ୍ସା ପାଇଁ ଅନନ୍ତପୁର ସରକାରୀ ଡାକ୍ତରଖାନାକୁ ପଠାଯାଇଛି।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି।

Scooty Accident ସ୍କୁଟି ଦୁର୍ଘଟଣାରେ ଦୁଇ ଆହତ, ଜଣେ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media