Accident: ହିମାଚଳର ଟନେଲ୍‌ରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ ମୃତ, ୭ ଗୁରୁତର

Aug 20, 2026 - 22:21
Accident: ହିମାଚଳର ଟନେଲ୍‌ରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ ମୃତ, ୭ ଗୁରୁତର

"ଚଣ୍ଡିଗଡ଼: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଦେଇ ଯାଇଥିବା କିରାତପୁର-ମନାଲି ଜାତୀୟ ରାଜପଥର ଦୱାଡା ଟନେଲ୍‌ ଭିତରେ ଗୁରୁବାର ସକାଳେ ଦୁଇଟି ଟ୍ରକ୍‌ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି।

ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କ ସ୍ଥିତି ଗୁରୁତର ଥିବା କୁହାଯାଉଛି।

ଦୁର୍ଘଟଣାରେ ଟ୍ରକ୍‌ ଦୁଇଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକ ଗାଡ଼ି ଭିତରେ ଫସିଯାଇଥିବା ଜଣାପଡ଼ିଛି।Advertisment ପୁଲିସ ଅନୁସାରେ, ଗୁରୁବାର ସକାଳେ ଦୱାଡା ଟନେଲ୍‌ ଭିତରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆହତ ୭ ଜଣଙ୍କୁ ନାଗୱାଇନ୍‌ ସିଭିଲ୍‌ ହସ୍ପିଟାଲକୁ ନିଆଯାଇଛି।

ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସେମାନଙ୍କ ପରିଚୟ ଜାଣିବାକୁ ସ୍ଥାନୀୟ ପୁଲିସ ଉଦ୍ୟମ ଚଳାଇଛି।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଦୁର୍ଘଟଣା ଯୋଗୁ କିରାତପୁର-ମନାଲି ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Sunki Ghati: ସୁଙ୍କି ଘାଟିରେ ୬ଲେନ୍ ଟନେଲ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media