Crop Insurance ଫସଲବୀମା ଯୋଜନା କ୍ଷତିପୂରଣ ଦାବିରେ ଧାରଣା

Aug 20, 2026 - 22:21
Crop Insurance ଫସଲବୀମା ଯୋଜନା କ୍ଷତିପୂରଣ ଦାବିରେ ଧାରଣା

"କବିସୂର୍ଯ୍ୟନଗର: ଫସଲକୁ ରୋଗପୋକ ଲାଗି ନଷ୍ଟ ହୋଇଥିଲେ ମଧ୍ୟ ଫସଲ ବୀମା ପ୍ରଦାନରେ ଟାଳଟୁଳ ନୀତି ଧରୁଥିବାରୁ ଆଜି କବିସୂର୍ଯ୍ୟନଗର ଏ ବରିଡ଼ା ଗାଁର ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

Advertisment State Level Crop Insurance ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ  ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଗ୍ରାମର ସମସ୍ତ ଚାଷୀ ଖରିଫ ଋତୁରେ ଧାନ ଫସଲ ବୀମା ୨୦୨୫-୨୬ ପାଇଁ ଏକ ବୀମା କମ୍ପାନିରେ ଫସଲ ବୀମା କରିଥିଲେ।

ଗତବର୍ଷ ପ୍ରାକୃତିକ ଦୁର୍ବିପାକ ପାଇଁ ଫସଲ ଆଦାୟ ବାଧାପ୍ରାପ୍ତ ହେଲା।

ରୋଗପୋକ କାରଣରୁ ବ୍ୟାପକ ଫସଲ ନଷ୍ଟ ହେଲା।

କୃଷି ବିଭାଗ, ବିଡିଓ, ତହସିଲଦାର ଓ ବୀମା କମ୍ପାନି ପକ୍ଷରୁ ବିଭିନ୍ନ ପରୀକ୍ଷା ଓ ସମୀକ୍ଷା ପରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆଶ୍ବାସନା ଦିଆଗଲା।

ହେଲେ ବର୍ଷେ ବିତିଲା ପଛେ, ଚାଷୀଙ୍କୁ କ୍ଷତିପୂରଣ ମିଳିଲାନି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଚାଷୀ ବଢ଼ିଲେ, ଦାବି କମିଲା ଋଷିକୁଲ୍ୟା ରୟତ ମହାସଭା ନେତୃତ୍ବରେ ଏହି ଧାରଣା ଦିଆଯାଇଥିଲା।

ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ, ଚାଷୀନେତା ଓ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

ଯଥାଶୀଘ୍ର ଫସଲ ବୀମା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଥିଲା।

ଚାଷୀଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ସିଦ୍ଧାନ୍ତ ପ୍ରଧାନ, ଭଗବାନ ପ୍ରଧାନ, ଦଣ୍ଡପାଣି ବେହେରା, ସଞ୍ଜୟ ସାହୁ, ରତ୍ନାକର ମାଝୀ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media