Accident: ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ମାଡ଼ିଗଲା ସ୍କର୍ପିଓ, ୨ ମୃତ, ୮ ଗୁରୁତର, ୧୦ ଗାଡ଼ି ଚୂର୍‌ମାର

Oct 14, 2026 - 08:56
Accident: ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ମାଡ଼ିଗଲା ସ୍କର୍ପିଓ, ୨ ମୃତ, ୮ ଗୁରୁତର, ୧୦ ଗାଡ଼ି ଚୂର୍‌ମାର

"ଭୁବନେଶ୍ବର: ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ସମ୍ ହସ୍ପିଟାଲ୍‌ ରାସ୍ତାରେ ଘଟିଛି ଭୟଙ୍କର ସିରିଜ୍‌ ଦୁର୍ଘଟଣା।

ଏକ କଳା ସ୍କର୍ପିଓ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ଏବଂ ୧୦ରୁ ଅଧିକ କାର୍‌ ଓ ବାଇକ୍‌ ଭାଙ୍ଗି ଚୂର୍‌ମାର ହୋଇଯାଇଛି।

ଜଣେ ମୃତକ ହେଲେ ମାନସ ରଞ୍ଜନ ବାରିକ।

ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ।

ମଦ୍ୟପ ସ୍କର୍ପିଓ ଚାଳକକୁ ଭରତପୁର ଥାନା ପୁଲିସ ଅଟକ ରଖିଥିବା ବେଳେ ସେଥିରେ ଥିବା ଅନ୍ୟ ୩ ଯୁବକ ଫେରାର ହୋଇଯାଇଛନ୍ତି।

Advertisment SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା ଆଜି ରାତି ପ୍ରାୟ ୯ଟା ବେଳେ କଳାରଙ୍ଗର ସ୍କର୍ପିଓ (ଓଡି୦୭ବିଜି୧୭୭୭) ଘାଟିକିଆ ଆଇଜିକେସି ହସ୍ପିଟାଲ୍ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା।

ଏହାପରେ ସ୍କର୍ପିଓଟି ଦ୍ରୁତବେଗରେ ନୂଆଗାଁ ଛକ ଆଡ଼କୁ ପଳାଇଥିଲା ଏବଂ ନୂଆଗାଁ ଛକରେ ଏକ ସ୍କୁଟିକୁ ପିଟିଥିଲା।

ସ୍କର୍ପିଓର ବେଗ ବହୁ ଅଧିକ ଥିବାରୁ ସ୍କୁଟି ସହ ଆରୋହୀ ପ୍ରାୟ ୧୦୦ମିଟର ଦୂରକୁ ଘୋଷାରି ହୋଇଯାଇଥିଲେ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ସ୍କର୍ପିଓଟି ସମ୍ ହସ୍ପିଟାଲ ଆଡ଼କୁ ମୁହାଁଇଥିଲା।

ରାସ୍ତା ପାର୍ଶ୍ବରେ ବସିଥିବା ପରିବା ଦୋକାନୀଙ୍କ ଗାଡ଼ିକୁ ଧକ୍କା କରିବା ସହ ୨ଟି କାର୍‌, ଗୋଟିଏ ଆମ୍ବୁଲାନ୍ସ ଓ ଶେଷରେ ଏକ ଇଭିକୁ ଧକ୍କା ଦେଇଥିଲା।

ଇଭିରେ ମାନସ ବସିଥିଲେ।

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଉପସ୍ଥିତ ସ୍ଥାନୀୟ ଲୋକେ ସ୍କର୍ପିଓକୁ ଓଗାଳି ଅଟକାଇଥିଲେ ଏବଂ ଚାଳକକୁ ନିର୍ଘାତ ମାଡ଼ ମାରିଥିଲେ।

ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରିଥିଲା।

ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଡା.

ସର୍ବଣା ବିବେକ୍ ଏମ୍‌ଙ୍କ ସହ ଭରତପୁର, ଖଣ୍ଡଗିରି, ତମାଣ୍ଡୋ, ଚନ୍ଦକା ଥାନାର ଆଇଆଇସି ଓ ଜୋନ୍ ଏସିପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)