Accident: ରାଖୀ ବାନ୍ଧିବା ପୂର୍ବରୁ ଭାଙ୍ଗିଲା ଭାଇର ଗୋଡ଼: ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର

Aug 27, 2026 - 09:13
Accident: ରାଖୀ ବାନ୍ଧିବା ପୂର୍ବରୁ ଭାଙ୍ଗିଲା ଭାଇର ଗୋଡ଼: ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର

"ସୋର:ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଜଣେ ଭଉଣୀ ତାଙ୍କ ଭାଇ ହାତରେ ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲେ।

ଭାଇଜଣଙ୍କ ଘରକୁ ଫେରୁଥିବା ବେଳେ ରାସ୍ତାରେ ଖରାପ ହୋଇଥିବା ଏକ ଟ୍ରାକ୍ଟର ମରାମତି ସମୟରେ ଅଟୋଷ୍ଟାର୍ଟ ହେବାରୁ ଯୁବକଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା।

ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ରାଜେଶ ସିଂ(୨୧)।

Advertisment ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ରାଜେଶ ଦୀର୍ଘଦିନ ଧରି ତାଙ୍କ ମାମୁଁ ଘର ବନ୍ଧସାହିରେ ରହୁଥିବା ବେଳେ ତାଙ୍କ ଭଉଣୀ ରାଖୀ ବାନ୍ଧିବାକୁ ଆସିଥିଲେ।

ସକାଳେ ରାଜେଶ ଘରକୁ ଫେରୁଥିବା ବେଳେ ରାସ୍ତାରେ ମରାମତି ହେଉଥିବା ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢିଯାଇଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)