Accident: ଭୁବନେଶ୍ବରରେ ମାଡ଼ିଗଲା ଅନିୟନ୍ତ୍ରିତ ଯାତ୍ରୀବାହୀ ବସ୍, ୨ପଥଚାରୀ ମୃତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ଏକ ଛାତିଥରା ଦୁର୍ଘଟଣା ଘଟିଛି।
ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ଜଣଙ୍କର ମ୍ୟତ୍ୟୁ ଘଟିଛି।
ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
Advertisment ଭୋର ସକାଳୁ ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ଭାବେ ଆସି ରାସ୍ତାକଡ଼ରେ ଥିବା ଏକାଧିକ ଲୋକଙ୍କୁ ଏବଂ ଛିଡ଼ା ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା।
ଏହି ଭୟାବହ ଦୁର୍ଘଟଣାରେ ଘଟଣାସ୍ଥଳରେ ଅନେକ ଲୋକ ଆହତ ଏବଂ ଗୁରୁତର ହୋଇଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା।
ଲୋକେ କିଛି ଭାବିବା ପୂର୍ବରୁ ବସ୍ଟି ମାଡ଼ି ଆସିଥିଲା।
ରାସ୍ତାକଡ଼ରେ ଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।
ଦୁର୍ଘଟଣାର ଶିକାର ହୋଇଥିବା ଲୋକେମାନେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ।
ଆଖି ଆଗରେ ଏହି ଘଟଣା ଦେଖି ଲୋମ ଟାଙ୍କୁରି ଉଠୁଥିଲା।
ସୂଚନା ପାଇ ନୟାପଲ୍ଲୀ ଥାନାର ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭିର୍ତ୍ତି କରିଥିଲା।
ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
ପୁଲିସ ମୃତଦେହ ୨ଟି ଜବତ କରିଛି।
ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Temple Accident Story: ୨୦ବର୍ଷରେ ଦେଶର ବିଭିନ୍ନ ମନ୍ଦିରରେ ଘଟିଛି ଛାତିଥରା ଦୁର୍ଘଟଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
