Accident: ନିୟନ୍ତ୍ରଣ ହରାଇଲେ ଗାଡ଼ିର ଚାଳକ; ତାଣ୍ଡବ ରଚିଲା ସ୍କୋର୍ପିଓ

Nov 18, 2026 - 18:35
Accident: ନିୟନ୍ତ୍ରଣ ହରାଇଲେ ଗାଡ଼ିର ଚାଳକ; ତାଣ୍ଡବ ରଚିଲା ସ୍କୋର୍ପିଓ

ଜୌନପୁର: ଉତ୍ତର ପ୍ରଦେଶର ଜୌନପୁରରେ ବୁଧବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ଏଠାରେ ଜଣେ ଚାଳକ ନିୟନ୍ତ୍ରଣ ହରାଇବାକୁ ତାଙ୍କର ସ୍କୋର୍ପିଓଟି ୯ ଜଣ ଲୋକଙ୍କ ଉପରେ ଚଢ଼ି ଯାଇଛି।

ଆଖି ଆଗରେ ୨ ଜଣ ଲୋକ ଛଟପଟ ହୋଇ ପ୍ରାଣ ହରାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ସ୍ଥାନୀୟ ଲୋକଙ୍କର ସହାୟତାରେ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଲାଇନ ବଜାର ଥାନା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକ ଗୋଟିଏ ଗାଁର ହୋଇଥିବା ଜଣାପଡ଼ିଛି।

Advertisment ଜୌନପୁରର ଲାଇନ ବଜାର ଥାନା ଅଞ୍ଚଳରେ ବୁଧବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ଦ୍ରୁତଗତିରେ ଆଗକୁ ବଢୁଥିବା ସ୍କୋର୍ପିଓ ୯ଜଣଙ୍କ ଉପରେ ଚଢ଼ି ଯାଇଛି।

ଏହି ଦୁର୍ଘାଟଣାର ଶିକାର ହୋଇଥିବା ଲୋକେ ଗୌରାବାଦଶାହପୁରର ଚକ ଗାଁର ବାସିନ୍ଦା ଅଟନ୍ତି।

ଦୁର୍ଘଟଣାରେ ଅମିତ ଯାଦବ (୨୦) ଏବଂ ଇନ୍ଦୁ ଦେବୀ (୪୦)ଙ୍କର ମୃତ୍ୟୁ ଘଟିଛି।

ବିଲେଶ ଯାଦବ (୨୪), ରାଜନାଥ ଯାଦବ (୬୫), ରାଜକୁମାର (୪୫), ସାହବ ଲାଲ (୨୨), ମନୋଜ ଯାଦବ (୪୫), ସନି ଯାଦବ ଏବଂ କିଶନ ଯାଦବ ଆହତ ହୋଇଛନ୍ତି।

Plane crash: ରୁଷରେ ବଡ଼ଧରଣର ବିମାନ ଦୁର୍ଘଟଣା; ମଝି ଆକାଶରେ ଲାଗିଗଲା ନିଆଁ ଗୁରୁତରଙ୍କ ଚିକିତ୍ସା ଜାରି ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।

ମୃତକମାନଙ୍କର ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ପୁଲିସ ସ୍ଥାନୀୟ ଲୋକଙ୍କର ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ଗୁରୁତରମାନଙ୍କର ଅବସ୍ଥା ଶୋଚନୀୟ ଥିବା ଜଣାଯାଇଛି।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଗୁରୁତରମାନଙ୍କର ଉତ୍ତମ ଚିକିତ୍ସା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସେ ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓ ସ୍ଥିତି ସଂପର୍କରେ ମଧ୍ୟ ଅବଗତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)