Accident: ଛତ୍ରପୁରରେ ସଡ଼କ ଦୁର୍ଘଟଣା: ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର ଆହତ

Sep 26, 2026 - 14:56
Accident: ଛତ୍ରପୁରରେ ସଡ଼କ ଦୁର୍ଘଟଣା: ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର ଆହତ

"ଛତ୍ରପୁର: ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର ଆହତ ହୋଇଛନ୍ତି।

ଆହତ ଦୁଇଜଣ ହେଲେ କାଳୀପଲ୍ଲୀ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ସ୍ୱାଗତିକା ମାଝୀ ଓ ପୋଡ଼ାପଦର ଆୟୁଷ୍ମାନ ସ୍ୱାସ୍ଥ୍ୟଆରୋଗ୍ୟ କେନ୍ଦ୍ରର ରଶ୍ମିତା ସାହୁ।Advertisment ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ନୋଳିଆନୂଆଗାଁରେ ଚାଲିଥିବା ସେକ୍ଟର ମିଟିଂରେ ଯୋଗଦେବାକୁ ଉଭୟେ ସ୍କୁଟିରେ ଯାଉଥିବା ବେଳେ ଅଗସ୍ତି ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ନୋଳିଆନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।

ଖବର ପାଇ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡା.

ସ୍ୱାଧୀନ କୁମାର ରଥ ଓ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଚିକିତ୍ସାଳୟରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Flood: ଭଦ୍ରକରେ ପୁଣି ବନ୍ୟା ଆତଙ୍କ: ସାଳନ୍ଦୀ ନଦୀରେ ୨୦ ଫୁଟ୍‌ର ଘାଇ, ଗାଁ ମୁହାଁ ବନ୍ୟାଜଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)