Action Against Waste Generators ବର୍ଜ୍ୟ ଉତ୍ପାଦନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
"ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମର ଅନେକ ସ୍ଥାନରେ ବର୍ଜ୍ୟବସ୍ତୁ ଅବିଚାରିତ ଭାବେ ଜମା କରାଯାଉଛି।
ପ୍ରଶାସନ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ମଧ୍ୟ ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନରେ କୋହଳ ନୀତି ଯୋଗୁଁ ସହର ବିଶେଷତଃ ସହରତଳି ଓ ରାସ୍ତାକଡ଼ ଆବର୍ଜନାମୟ ହୋଇଛି।
ଏଣୁ ବର୍ଜ୍ୟଉତ୍ପାଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ର ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।
Advertisment କମିଟିର ରାଜ୍ୟସ୍ତରୀୟ ପ୍ରଥମ ବୈଠକ ଆଜି (ବୁଧବାର) ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ।
ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ, ବିଭାଗୀୟ ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
Solid waste management: କଡ଼ାକଡ଼ି ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ: ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ନଜର ରଖିବେ ଜିଲ୍ଲାପାଳଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସପିସିବି) ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢୀଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଓଏସପିସିବିର ସଦସ୍ୟ ସଚିବ ଡ ମନୋଜ ଭି.
ନାୟାର ନିଜ ଉପସ୍ଥାପନରେ, କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ସହିତ ଉତ୍ସସ୍ଥଳରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଡିଜିଟାଲ୍ ତଦାରଖ ବ୍ୟବସ୍ଥା ଏବଂ ସମସ୍ତ ଅଂଶୀଦାରଙ୍କ ଉତ୍ତରଦାୟିତ୍ୱକୁ ଗୁରୁତ୍ବ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମତ ଦେଇଥିଲେ।
Solid Waste Management ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ପାଳନ କରିବାକୁ ନିର୍ଦ୍ଦେଶସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା , ସଂଗ୍ରହ, ପୃଥକୀକରଣ ଓ ବୈଜ୍ଞାନିକ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅବଶିଷ୍ଟ ବର୍ଜ୍ୟର ସୁରକ୍ଷିତ ନିଷ୍କାସନ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା ।
ଜିଲ୍ଲାପାଳମାନଙ୍କୁ ନିଜ ଜିଲ୍ଲାରେ ସଲିଡ୍ ୱେଷ୍ଟ ପରିଚାଳନା ବ୍ୟବସ୍ଥା, ସମନ୍ୱିତ ତଦାରଖ ଓ ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Sundargarh: ବର୍ଜ୍ୟବସ୍ତୁ ପରିଚାଳନାରେ ସୁନ୍ଦରଗଡ଼ ବିଫଳ: ଦୈନିକ ଖୋଲାରେ ଗଦା ହେଉଛି ୯୮ ମେଟ୍ରିକ ଟନ୍ ଆବର୍ଜନାବିଦ୍ୟାଳୟ ପାଠ୍ୟକ୍ରମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ସାମିଲ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ଦିଗରେ ସବିଶେଷ ଆଲୋଚନା ହୋଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ଓ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
