Accident: ଓଲଟିଲା ଟ୍ରକ୍, ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ-ଖଲାସୀ!
"ବୈଶିଙ୍ଗା (ଦୀପକ କୁମାର ସିଂହ): ୧୮ନଂ ଜାତୀୟ ରାଜପଥର ମୟୂରଭଂଜ ଜିଲ୍ଲା ବେତନଟୀ ଉପକଣ୍ଠ ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି।
ଭାରସାମ୍ୟ ହରାଇ ଓଆରଏସଏଲ ବୋଝେଇ ଏକ ଟ୍ରକ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିବାରୁ ଚାଳକ ଓ ଖଲାସୀ ଟ୍ରକ ତଳେ ଚାପି ହୋଇ ରହିଯାଇଥିଲେ।Advertisment ସୂଚନା ଅନୁଯାୟୀ, AP39VE-9549 ନମ୍ବର ବିଶିଷ୍ଟ ଉକ୍ତ ଟ୍ରକଟି ବାଲେଶ୍ୱର ପଟରୁ ବାରିପଦା ଅଭିମୁଖେ ଯାଉଥିଲା।
ବେତନଟୀ ଉପକଣ୍ଠରେ ପହଞ୍ଚିବା ପରେ କୌଣସି କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା।
ଫଳରେ ଟ୍ରକରେ ବୋଝେଇ ହୋଇଥିବା ଓଆରଏସଏଲ ପେଟିଗୁଡ଼ିକ ଛିନ୍ନଭିନ୍ନ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା।
ଦୁର୍ଘଟଣା ପରେ ଚାଳକ ଓ ଖଲାସୀ ଟ୍ରକ ତଳେ ଚାପି ହୋଇ ରହିଥିବା ଦେଖି ସ୍ଥାନୀୟ ଯୁବକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।
ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଓ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଟ୍ରକ ତଳୁ ଉଦ୍ଧାର କରିଥିଲେ।
ପରେ ଉଭୟଙ୍କୁ ଚିକିତ୍ସା ପାଇଁ ବେତନଟୀ ଡାକ୍ତରଖାନାକୁ ପଠାଯାଇଛି।
Plane crash: ଆଲାସ୍କାରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ଜଣଙ୍କ ମୃତ୍ୟୁ ଘଟଣା ପରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ବେତନଟୀ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ।
ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


