Accident: ଅଟୋ ରିକ୍ସାକୁ ଧକ୍କା ‌ଦେଲା ଦ୍ରୁତଗାମୀ ଫର୍ଚୁନର୍‌, ୨ ମୃତ, ୬ ଆହତ

Nov 19, 2026 - 15:41
Accident: ଅଟୋ ରିକ୍ସାକୁ ଧକ୍କା ‌ଦେଲା ଦ୍ରୁତଗାମୀ ଫର୍ଚୁନର୍‌, ୨ ମୃତ, ୬ ଆହତ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ଏକ ଅଟୋରିକ୍ସାକୁ ଦ୍ରୁତଗାମୀ ଫର୍ଚୁନର ଧକ୍କା ଦେବାରୁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।

ଦୁର୍ଘଟଣା ୧୭ ଓ ୧୮ ତାରିଖ ରାତିରେ ଘଟିଥିବାବେଳେ ଗୁରୁତର ଭାବେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ଯୁଧିଷ୍ଠିର ସେତୁ ଉପରେ ଘଟିଥିଲା।

Advertisment ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପ୍ରୟାସ ଜାରି ଦୁର୍ଘଟଣାରେ ୮ ଜଣ ଆହତ ହେବା ପରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଉଥିବା କାର୍ଯ୍ୟ ସହିତ ଜଡ଼ିତ ଭାରତୀୟ ନ୍ୟାୟ ସଂହିତା ଧାରା ୨୮୧ ଓ ୧୨୫ (ଏ)ରେ ମାମଲା ରୁଜୁ କରାଯାଇଥିଲା।

ଆହତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କର ପରେ ମୃତ୍ୟୁ ହୋଇଥିଲା, ଯାହା ପରେ ମାମଲାରେ ବିଏନ୍‌ଏସ୍‌ର ଧାରା ୧୦୫ ଯୋଡ଼ା ଯାଇଥିଲା।

ପୁଲିସ କହିଛି ଯେ, ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି।

ଦୁର୍ଘଟଣା ସମ୍ପର୍କରେ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

ଆକ୍ରମଣ ବେଳେ ପୁଲିସ ନୀରବ ଦର୍ଶକ ସାଜିଥିବା ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)