Abhishek Bachchan: ମାତାପିତାଙ୍କଠାରୁ ଦୂରେଇ ରହିବା କଥା ମୁଁ କେବେ ଭାବିପାରେନି: ଅଭିଷେକ ବଚ୍ଚନ
ମୁମ୍ବାଇ: ଆଜିର ଆଧୁନିକ ଜୀବନଶୈଳୀରେ ଅନେକ ଯୁବକଯୁବତୀ ସ୍ୱାଧୀନ ଭାବେ ରହିବାକୁ ପସନ୍ଦ କରୁଛନ୍ତି।
କିନ୍ତୁ ମାତାପିତାଙ୍କଠାରୁ ଅଲଗା ରହିବା କଥା ସେ କେବେ ଭାବିପାରନ୍ତି ନାହିଁ ବୋଲି କହିଛନ୍ତି ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ।
ନିଜ ବାପା ଅମିତାଭ ବଚ୍ଚନ ଏବଂ ମା' ଜୟା ବଚ୍ଚନଙ୍କ ସହ ରହିବା ତାଙ୍କ ପାଇଁ କେବଳ ପାରିବାରିକ ପରମ୍ପରା ନୁହେଁ, ବରଂ ଏକ ଭାବନାତ୍ମକ ସମ୍ପର୍କ ବୋଲି ସେ କହିଛନ୍ତି।
୨୦୨୩ରେ ଏକ ସାକ୍ଷାତକାରରେ ଅଭିଷେକ ଏହି ମତ ରଖିଥିଲେ।
Advertisment ସେ କହିଥିଲେ, ଏହି ବୟସରେ ବାପାମା'ଙ୍କ ଠାରୁ ଦୂରେଇ ରହିବା କଥା ଚିନ୍ତା କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ନୁହେଁ।
ସେମାନେ ଯେତେବେଳେ ନିଜ ପିଲାଙ୍କ ଯତ୍ନ ନେଇଥିଲେ,ଏବେ ସେମାନଙ୍କ ପାଖରେ ରହିବା ପିଲାମାନଙ୍କ ଦାୟିତ୍ୱ।
ବାପାମା'ଙ୍କ ସାନ୍ନିଧ୍ୟ ପାଇବା ବଡ଼ ସୌଭାଗ୍ୟ ପରିବାର ସହ ଏକାଠି ସମୟ ବିତାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ଦିନର ବ୍ୟସ୍ତତା ଭିତରେ ପରିବାରର ସମସ୍ତେ ଏକାଠି ବସି ଖାଇବା, କଥା ହେବା କିମ୍ବା କିଛି ସମୟ ଏକାଠି ଟିଭି ଦେଖିବା ତାଙ୍କୁ ଖୁସି ଦିଏ।
ତାଙ୍କର ଅନେକ ବନ୍ଧୁ ନିଜ ବାପାମା'ଙ୍କୁ ହରାଇସାରିଲେଣି, ଏହି କ୍ଷେତ୍ରରେ ସେ ନିଜକୁ ଭାଗ୍ୟବାନ ବୋଲି ମନେ କରନ୍ତି।
ଏ ବୟସରେ ମଧ୍ୟ ଉଭୟ ବାପାମା'ଙ୍କ ସାନ୍ନିଧ୍ୟ ପାଇବା ତାଙ୍କ ପାଇଁ ବଡ଼ ସୌଭାଗ୍ୟ ବୋଲି ସେ କହିଥିଲେ।
ଜେଜେବାପା ପରିଚୟ ଦେଇଛନ୍ତି କେବଳ ପାରିବାରିକ ସମ୍ପର୍କ ନୁହେଁ, ବାପାଙ୍କ ନାଁ ଓ ପରିଚୟକୁ ନେଇ ମଧ୍ୟ ଅଭିଷେକ ନିଜ ମତ ରଖିଥିଲେ।
ଅମିତାଭ ବଚ୍ଚନଙ୍କ ସଫଳତାର ଛାୟାରୁ ବାହାରି ନିଜର ଅଲଗା ପରିଚୟ ଗଢ଼ିବା ପରିବର୍ତ୍ତେ ସେ ବଚ୍ଚନ ପରିବାରର ଗୌରବମୟ ପରମ୍ପରାକୁ ଆଗକୁ ନେବାକୁ ଚାହାନ୍ତି। “ମୋ ସାଙ୍ଗିଆ ମୋ ପାଇଁ ପବିତ୍ର।
ମୋ ଜେଜେବାପା ମୋତେ ଏହି ପରିଚୟ ଦେଇଛନ୍ତି।
ଏହାକୁ ଆଗକୁ ବଢ଼ାଇବା ମୋର କର୍ତ୍ତବ୍ୟ” ବୋଲି ସେ କହିଥିଲେ।
Dharmendra death anniversary: 'ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ମୋର ଦୁଃଖ ଏବେ ବି ସେତିକି ଗଭୀର ଅଛି': ହେମା ମାଲିନୀ ଏହା ସହ ବାପା-ପୁଅଙ୍କ ସମ୍ପର୍କ ଏବଂ ପିଲାଙ୍କୁ ଶିକ୍ଷା ଦେବା ନେଇ ମଧ୍ୟ ସେ ମତ ରଖିଥିଲେ।
ତାଙ୍କ ମତରେ, ବାପାମାନେ କେବଳ ଉପଦେଶ ଦେବା ଅପେକ୍ଷା ନିଜ ଆଚରଣ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବା ଉଚିତ।
ନିଜେ ଭଲ ଉଦାହରଣ ସୃଷ୍ଟି କରିବା ହିଁ ପିଲାଙ୍କ ପାଇଁ ସବୁଠାରୁ ବଡ଼ ଶିକ୍ଷା।
ଅଭିଷେକଙ୍କ ଏହି ମନ୍ତବ୍ୟ ପରିବାର, ମାତାପିତାଙ୍କ ପ୍ରତି ଦାୟିତ୍ୱ ଏବଂ ପିଢ଼ି ପରେ ପିଢ଼ି ପାରିବାରିକ ମୂଲ୍ୟବୋଧକୁ ଆଗକୁ ନେବାର ବାର୍ତ୍ତା ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
