Abhijit Dipake: ‘ମୁଁ ଛାତ୍ରବୃତ୍ତି ପତ୍ର ଏବଂ ଶିକ୍ଷା ଋଣ ପତ୍ର ଦେଖାଇବାକୁ ପ୍ରସ୍ତୁତ’: ଅଭିଜିତ୍ ଦୀପକେ
"ନୂଆଦିଲ୍ଲୀ: ସୁରଟର ଆରଟିଆଇ କର୍ମୀ ଅମିତ ତିୱାରୀ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଏକ ଆରଟିଆଇ ଦାଖଲ କରିଛନ୍ତି।
ଏକ ଭିଡିଓ ଜାରି କରି ଦୀପକେ କହିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ ଜଣେ କର୍ମୀ ମୋର ଶିକ୍ଷା ଖର୍ଚ୍ଚ ବିଷୟରେ ସୂଚନା ମାଗିବା ପାଇଁ ଏକ ଆରଟିଆଇ ଦାଖଲ କରିଛନ୍ତି।
ମୁଁ ମୋର ଛାତ୍ରବୃତ୍ତି ପତ୍ର ଏବଂ ଶିକ୍ଷା ଋଣ ପତ୍ର ଦେଖାଇବାକୁ ପ୍ରସ୍ତୁତ।
କିନ୍ତୁ ଯେଉଁଲୋକମାନେ ଆରଟିଆଇରେ ମୋ ବିରୋଧରେ ଦାଖଲ କରିଛନ୍ତି ସେମାନେ କ"ଣ ନିଜର ପ୍ରକୃତ ଡିଗ୍ରୀ ଦେଖାଇବେ କି?
ଏଭଳି କହି ସେ ବିଜେପିକୁ ଟାର୍ଗେଟ କରିଛନ୍ତି।
ଦୀପକେ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି।ତାଙ୍କ ବାପା ଜଣେ ଅବସରପ୍ରାପ୍ତ କର୍ମଚାରୀ।Advertisment ଆୟରୁ ଅଧିକ ସମ୍ପତ୍ତି ମାମଲା ସୂଚନା ଅଧିକାର କର୍ମୀ ଅମିତ ତିୱାରୀ ମହାରାଷ୍ଟ୍ର ସରକାର, ଭାରତୀୟ ନିର୍ବାଚନ କମିସନ ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ନିକଟରେ ଏକ ସୂଚନା ଅଧିକାର ଆବେଦନ କରିଛନ୍ତି।
ଏଥିରେ ଦାବି କରାଯାଇଛି ଯେ ଅଭିଜିତଙ୍କ ପିତା ଭଗବାନରାଓ ଦିପକେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମରେ ଜଣେ କନିଷ୍ଠ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ।
ଅବସର ନେବା ସମୟରେ ତାଙ୍କର ମାସିକ ଦରମା ପ୍ରାୟ ୬୦ ହଜାର ରୁ ୬୫ ହଜାର ଟଙ୍କା ଥିଲା।
କର୍ମୀଙ୍କ ପ୍ରାଥମିକ ପ୍ରଶ୍ନ ହେଉଛି ଜଣେ ସ୍ୱଳ୍ପ ଦରମା ଥିବା ସରକାରୀ କର୍ମଚାରୀ କିପରି ତାଙ୍କ ପୁଅକୁ ଆମେରିକାର ପ୍ରତିଷ୍ଠିତ ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ଜନସମ୍ପର୍କରେ ମାଷ୍ଟର ଡିଗ୍ରୀ କରାଇବାର ବିପୁଳ ଖର୍ଚ୍ଚ ବହନ କଲେ?
ଅଭିଯୋଗକାରୀ ଏହାକୁ ଆୟରୁ ଅଧିକ ସମ୍ପତ୍ତି ମାମଲା ବୋଲି କହି ତଦନ୍ତ ଦାବି କରିଛନ୍ତି।
IndiGo CEO: ଦାୟିତ୍ବ ନେଲେ ଇଣ୍ଡିଗୋର ନୂଆ ସିଇଓ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।