Abhijeet Dipke: ମତେ ଫାଶୀ ଦେଇଦିଅ, ପତାକା ଉଡ଼ାଇବା କ’ଣ ଅପରାଧ?" ବୋଲି ପ୍ରଶ୍ନ କଲେ ସିଜେପି ନେତା

Oct 16, 2026 - 15:38
Abhijeet Dipke:  ମତେ ଫାଶୀ ଦେଇଦିଅ, ପତାକା ଉଡ଼ାଇବା କ’ଣ ଅପରାଧ?" ବୋଲି ପ୍ରଶ୍ନ କଲେ ସିଜେପି ନେତା

"ନୂଆଦିଲ୍ଲୀ: କନୋଟ୍ ପ୍ଲେସରେ ଅନୁଷ୍ଠିତ ହେବାକୁ ଥିବା ''ତ୍ରିରଙ୍ଗା ଯାତ୍ରା''କୁ ବାତିଲ୍ କରିବା ପାଇଁ କୋକ୍ରୋଚ୍ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ନୋଟିସ୍ ଜାରି କରିଛି ଦିଲ୍ଲୀ ପୁଲିସ।

ଶୁକ୍ରବାର ଦିନ ସେଣ୍ଟ୍ରାଲ୍ ପାର୍କଠାରେ ଜାତୀୟ ପତାକା ଉଡ଼ାଇବା ପାଇଁ ଦୀପକେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିବା ବେଳେ, ପୁଲିସର ଏହି ନୋଟିସକୁ ନେଇ ଦୀପକେ ଏବଂ ପୁଲିସ ଅଧିକାରୀଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ ଦେଖିବାକୁ ମିଳିଛି।Advertisment ସାମ୍ନାକୁ ଆସିଥିବା ଏକ ଭିଡିଓରେ, ୩୧ ବର୍ଷୀୟ ଦୀପକେ ନିଜ କାନ୍ଧରେ ତ୍ରିରଙ୍ଗାପକାଇ ପୁଲିସ ନୋଟିସ୍ ପଢ଼ୁଥିବା ଏବଂ କ୍ରୋଧାନ୍ୱିତ ହୋଇ ପ୍ରଶ୍ନ ପଚାରୁଥିବା ଦେଖାଯାଇଛି।

ସୋସିଆଲ୍ ମିଡିଆରେ ଜନସାଧାରଣଙ୍କୁ ଉସ୍କାଉଥିବା ନେଇ ପୁଲିସ ଆଣିଥିବା ଅଭିଯୋଗକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। "ଏହା କି ପ୍ରକାର ମଜାକ୍?

ମୁଁ ହିଂସା ପାଇଁ ଉସ୍କାଉଥିବାର ଗୋଟିଏ ହେଲେ ଭିଡିଓ ଦେଖାନ୍ତୁ।

ଯଦି ପତାକା ଉଡ଼ାଇବା ଅପରାଧ, ତେବେ ମୋତେ ଫାଂସିରେ ଝୁଲାଇ ଦିଅ, ବୋଲି ଦୀପକେ ପୁଲିସ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ଦିଲ୍ଲୀ ପୁଲିସ କାର୍ଯ୍ୟକ୍ରମକୁ ରୋକିବାକୁ ଚେଷ୍ଟା କରୁଛି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଏହି ପ୍ରଦର୍ଶନ ଆହୂତ ହୋଇଥିବା ବେଳେ, ନିରାପତ୍ତା ଓ ପ୍ରତିବନ୍ଧକ ଆଦେଶ ଦର୍ଶାଇ ଦିଲ୍ଲୀ ପୁଲିସ କାର୍ଯ୍ୟକ୍ରମକୁ ରୋକିବାକୁ ଚେଷ୍ଟା କରୁଛି।

ନିଜ ଘର ଭିତରେ ପୁଲିସର କ୍ୟାମେରା ନଜରରେ ଥାଇ ମଧ୍ୟ ଦୀପକେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସୋସିଆଲ୍ ମିଡିଆ ଓ ଗଣମାଧ୍ୟମ ସମ୍ମୁଖରେ କଡ଼ା ସମାଲୋଚନା କରିଛନ୍ତି।

ଡାବୁଗାଁ ଜଗନ୍ନାଥ ମନ୍ଦିରରୁ ବଡ଼ ଧରଣର ଚୋରି, ମଦନମୋହନଙ୍କ ରୂପା ପ୍ରତିମା ସହ ସୁନାରୂପା ଅଳଙ୍କାର ଲୁଟ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)