Abduction Attempt: ୩ ସ୍କୁଲ ଛାତ୍ରୀଙ୍କୁ ନିଶା ଚକଲେଟ୍ ଖୁଆଇ ଅପହରଣ ଉଦ୍ୟମ ପଣ୍ଡ

Aug 19, 2026 - 19:11
Abduction Attempt: ୩ ସ୍କୁଲ ଛାତ୍ରୀଙ୍କୁ ନିଶା ଚକଲେଟ୍ ଖୁଆଇ ଅପହରଣ ଉଦ୍ୟମ ପଣ୍ଡ

"ରାଇରଙ୍ଗପୁର/ବହଳଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବୁରୁପଳସା ସ୍କୁଲ ପରିସରରୁ ତିନି ଜଣ ସ୍କୁଲ ଛାତ୍ରୀଙ୍କୁ ନିଶା ଚକଲେଟ୍ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

Advertisment ସୂଚନା ଅନୁଯାୟୀ ବୁରୁପଳସା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ପାଖରେ ଛାତ୍ରୀମାନେ ଖେଳୁଥିବା ସମୟରେ ଏକ ସ୍କୁଟିରେ ତିନି ଜଣ ଦୁବୃର୍ତ୍ତ ତାଙ୍କ ପାଖକୁ ପହଞ୍ଚିଥିଲେ।

ତିନିଜଣ ଦୁର୍ବୃତ୍ତ ବଳପୂର୍ବକ ତିନି ଜଣ ଛାତ୍ରୀଙ୍କୁ ନିଶା ଯୁକ୍ତ ଚକଲେଟ୍ ଖୁଆଇବାକୁ ଚେଷ୍ଟା କରିଥିଲେ।

ଛାତ୍ରୀମାନେ ଖାଇବାକୁ ମନା କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ।

ଫଳରେ ଛାତ୍ରୀମାନେ ଚକଲେଟ୍ ଖାଇବା ପରେ ଅଚେତ ହୋଇ ଯାଇଥିଲେ।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗ୍ରାମବାସୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଚିକିସ୍ୟା କରାଯାଉଛି ।

ତିରିଂ ଥାନା ପୁଲିସ ଖବର ପାଇ ମେଡିକାଲ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି।ସେ ସମ୍ବନ୍ଧରେ ବିଇଓ ଶୁଭଶ୍ରୀ ସିଂହଙ୍କ ସହିତ ଯୋଗାଯୋଗ କରିବାରୁ ସ୍କୁଲ ପରିସରରୁ ନୁହେଁ ସ୍କୁଲ ବାହାରେ ତାଙ୍କୁ ନିଶା ଚଳଲେଟ ଦିଆଯାଇଥିଲା ବୋଲି କହିଛନ୍ତି।

School student: ବିଜେଡି ଆନ୍ଦୋଳନରେ ସ୍କୁଲ ଛାତ୍ରୀ ସାମିଲ ହେବା ପ୍ରସଙ୍ଗ: ନବୀନଙ୍କ ସମେତ ୭ ଜଣଙ୍କୁ ଶିଶୁ ସୁରକ୍ଷା ଆୟୋଗଙ୍କ ନୋଟିସ୍ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସ୍କୁଲ ପରିସରରେ ତାଙ୍କୁ ନିଶା ଚକଲେଟ୍ ଖୁଆଇ ଦିଆଯାଇଥିଲା।

ସ୍କୁଲ ପରିସରରୁ ଅଚେତ ଅବସ୍ଥାରେ ୩ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

ଶିକ୍ଷା ବିଭାଗ ଉକ୍ତ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି।

ଗୁରୁତର ଛାତ୍ରୀମାନେ ହେଲେ ପଞ୍ଚମ ଶ୍ରେଣୀର ଛାତ୍ରୀ ବାସନ୍ତୀ ମାରାଣ୍ଡି ଓ ସୁଗି ମୁର୍ମୁ ଏବଂ ପ୍ରଥମ ଶ୍ରେଣୀର ଛାତ୍ରୀ ପାର୍ବତୀ ହେମ୍ବ୍ରମ୍।

ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ କକୁଆ ଭୟ ଖେଳିଯାଇଛି।

ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media