Aaditya Thackeray: ଦିଶା ସାଲିଆନ୍‌ ମୃତ୍ୟୁ ମାମଲା: ସିବିଆଇ ଏତଲାରେ ଆଦିତ୍ୟ ଠାକ୍‌ରେ ଓ ରିୟା ଚକ୍ରବର୍ତ୍ତୀଙ୍କ ନାମ

Sep 14, 2026 - 17:39
Aaditya Thackeray: ଦିଶା ସାଲିଆନ୍‌ ମୃତ୍ୟୁ ମାମଲା: ସିବିଆଇ ଏତଲାରେ ଆଦିତ୍ୟ ଠାକ୍‌ରେ ଓ ରିୟା ଚକ୍ରବର୍ତ୍ତୀଙ୍କ ନାମ

"ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ସୋମବାର ପଞ୍ଜିକୃତ ହୋଇଥିବା ଏତଲାରେ ବିଧାୟକ ଆଦିତ୍ୟ ଠାକ୍‌ରେ, ଅଭିନେତା ଡିନୋ ମୋରିଆ ଓ ରିୟା ଚକ୍ରବର୍ତ୍ତୀଙ୍କ ନାଁ ରହିିଛି।ବମ୍ବେ ହାଇକୋର୍ଟ ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ଏଜେନ୍ସିକୁ ନେବା ପାଇଁ ନିର୍ଦ୍ଦେଶ ଦେବାର ପ୍ରାୟ ଦୁଇ ସପ୍ତାହ ପରେ ଏହି ଘଟଣା ଘଟିଛି।

ହତ୍ୟା, ଗଣଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିବା ଓ ମିଥ୍ୟା ସୂଚନା ପ୍ରଦାନ କରିବା ଭଳି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।Advertisment ଷଡ଼ଯନ୍ତ୍ର ଓ ପରବର୍ତ୍ତୀ ସମୟରେ ଅପରାଧ ଲୁଚାଇବାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ପୁଲିସ ଅଧିକାରୀମାନେ ମାମଲାର କାଗଜପତ୍ର, ଫାଇଲ୍ ଓ ଅନ୍ୟାନ୍ୟ ସାର୍ବଜନୀନ ରେକର୍ଡ ନଷ୍ଟ କିମ୍ବା ଦମନ କରିବା, ସରକାରୀ ରେକର୍ଡ ତିଆରି କରିବା ଏବଂ ବେଆଇନ ଉଦ୍ଦେଶ୍ୟରେ ତଥା ଅପରାଧୀମାନଙ୍କୁ ସୁରକ୍ଷା ଦେବା ପାଇଁ ସାର୍ବଜନୀନ ପାଣ୍ଠି, ମାନବଶକ୍ତି ଓ ପୁଲିସ ଯନ୍ତ୍ରପାତିର ଅପବ୍ୟବହାର କରିବା ପାଇଁ ମଧ୍ୟ ତଦନ୍ତ କରାଯାଇପାରେ ବୋଲି ସିବିଆଇ ଏତଲାରେ ଉଲ୍ଲେଖ କରାଯାଇଛି।ସିବିଆଇ ଏତଲାରେ କୁହାଯାଇଛି ଯେ, ଆଦିତ୍ୟ ଠାକ୍‌ରେ, ଡିନୋ ମୋରିଆ, ସୁରଜ ପାଞ୍ଚୋଲି, ରିୟା ଚକ୍ରବର୍ତ୍ତୀ, ବିଳମ୍ବିତ ପୋଷ୍ଟମର୍ଟମ ସହିତ ଜଡିତ ଡାକ୍ତର ଓ କର୍ମଚାରୀମାନଙ୍କର ଭୂମିକାର ତଦନ୍ତ ଆବଶ୍ୟକ।

ତଦନ୍ତ ଆଗେଇବାକୁ ପୂର୍ବରୁ ପୁଲିସକୁ ଦିଶା ସାଲିଆନ୍‌ ହତ୍ୟା ସମ୍ପର୍କରେ ସମସ୍ତ କାଗଜପତ୍ର ଓ ପ୍ରମାଣପତ୍ର ପ୍ରଦାନ କରିବାକୁ ସିବିିଆଇ ଲେଖିଥିଲା।

ଦିଶା ସାଲିଆନ୍‌ଙ୍କର ଜୁନ୍‌ ୮, ୨୦୨୦ରେ ମୁମ୍ବାଇର ମଲାଡରେ ଥିବା ଏକ ଆବାସିକ କୋଠାର ୧୪ ମହଲାରୁ ଖସି ପଡ଼ି ମୃତ୍ୟୁ ହୋଇଥିଲା।

ସିଟି ପୁଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା।

ତଦନ୍ତ ପରେ ପୁଲିସ ଦିଶା ଆତ୍ମହତ୍ୟା କରିଥିବା କହିଥିଲା।

ତେବେ ଗତ ସପ୍ତାହରେ ଦିଶାଙ୍କ ବାପା ସତୀଶ ସାଲିଆନ୍‌ ସିବିଆଇ ସମ୍ମୁଖରେ ତାଙ୍କର ବୟାନ ରେକର୍ଡ କରିଥିଲେ।

ସତୀଶ ସାଲିଆନ୍‌ ତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଅଭିଯୋଗ କରିବା ସହିତ ଏହି ଘଟଣାର ଷଡ଼ଯନ୍ତ୍ର ଓ ଏହାକୁ ଚାପିବାକୁ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଯୋଗ କରିଥିଲେ।

ମୁମ୍ବାଇ ପୁଲିସ ତଦନ୍ତରେ ରହିଥିବା ତ୍ରୁଟିକୁ ଦର୍ଶାଇ ବମ୍ବେ ହାଇକୋର୍ଟ ସେପ୍ଟେମ୍ବର ୨ରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ନେରେଡ଼ି ବ୍ୟାରେଜ ବିବାଦ: "ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ" ଦାବିରେ ଗୁଣୁପୁରରେ ନିରବ ସତ୍ୟାଗ୍ରହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)