A unique example: ଅନନ୍ୟ ଉଦାହରଣ: ଦୟା ଧର୍ମ, ସେବା କର୍ମ

Nov 09, 2026 - 06:14
A unique example: ଅନନ୍ୟ ଉଦାହରଣ: ଦୟା ଧର୍ମ, ସେବା କର୍ମ

ଦୟାଶୀଳତାଠାରୁ ମହାନ୍‌ ଗୁଣ ଆଉ କିଛି ନାହିଁ।

ଅନ୍ୟର ଦୁଃଖକୁ ହୃଦୟଙ୍ଗମ କରି ତା' ଓଠରେ ଧାରେ ହସ ଭରିଦେବାର ପ୍ରୟାସ କରିପାରୁଥିବା ବ୍ୟକ୍ତି ହିଁ ବାସ୍ତବରେ ମାନବିକତାର ଉଦାହରଣ ଦିଏ।

ବିନା ସ୍ୱାର୍ଥରେ କାହାକୁ ସାହାଯ୍ୟର ହାତ ବଢ଼ାଇବା ହିଁ ପ୍ରକୃତ ଦୟାଶୀଳତା।

ଏହା କେବଳ ଏକ ମାନବୀୟ ଗୁଣ ନୁହେଁ, ବରଂ ମଣିଷ ଭିତରେ ଥିବା ମାନବିକତାର ସର୍ବଶ୍ରେଷ୍ଠ ପରିଚୟ।

ଆଜିର ସ୍ବାର୍ଥପର ଦୁନିଆରେ ନିଃସ୍ବାର୍ଥ କାର୍ଯ୍ୟ କରି ସମାଜର ଦୃଷ୍ଟିଆକର୍ଷଣ କରିଥିବା ଦୁଇଜଣ ସାଧାରଣ ଗାଡ଼ିଚାଳକଙ୍କ କାହାଣୀ ସତରେ ଶିକ୍ଷଣୀୟ।

Advertisment ବନ୍ଦନା ମିଶ୍ର୍ର ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ୍‌ ପହଞ୍ଚାନ୍ତି ରାସ୍ତାରେ ଦୁର୍ଘଟଣା‌ର ଶିକାର ହୋଇ କାହାର ସାହାଯ୍ୟ ନପାଇ ଅନେକ ଲୋକଙ୍କ ଜୀବନ ଅକାରଣେ ଚାଲିଯାଏ।

ହେଲେ ‌ଦୁର୍ଘଟଣାସ୍ଥଳରେ ଯଦି ସେ ପହଞ୍ଚିଯାଆନ୍ତି, ତେବେ ଲୋକଟିର ବଞ୍ଚିବାର ଆଶା ବଢ଼ିଯାଏ।

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତାରୁ ଉଠାଇ ହସ୍ପିଟାଲ୍‌ ପର୍ଯ୍ୟନ୍ତ ବୋହି ନେଉଥିବା ଏହି ଯୁବକ ହେଲେ ଜଗତ୍‌ସିଂହପୁର ଜିଲ୍ଲାର ଟ୍ରକ୍‌ ଚାଳକ ପଙ୍କଜ କୁମାର ତରାଇ।

ପ୍ରାୟ ୧୫ ବର୍ଷ ଧରି ଦୁଘର୍ଟଣାରେ ଶିକାର ହେଉଥିବା ଲୋକଙ୍କୁ ବିନା ଦ୍ବିଧାରେ ହସ୍‌ପିଟାଲ୍‌ ପହଞ୍ଚାଉଥିବା ପଙ୍କଜ ଏଯାବତ୍‌ ୧୫୦୦ ଲୋକଙ୍କୁ ସାହାଯ୍ୟ କରିଛନ୍ତି।

ସେଥିରୁ ୧୨୦୦ ଲୋକଙ୍କ ଜୀବନ ବଞ୍ଚିଥିଲା ବେଳେ ଗୁରୁତର ଆହତ ହୋଇଥିବା ପ୍ରାୟ ୩୦୦ ଲୋକଙ୍କୁ ସେ ବଞ୍ଚାଇ ପାରିନାହାନ୍ତି।

ପଙ୍କଜଙ୍କ ଏହି ମାନବୀୟ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥିଲା ଏକ ଦୁର୍ଘଟଣା।

୨୦୦୫ ମସିହାର କଥା।

ସେ କଟକ -ପାରାଦୀପ ରାସ୍ତା ଦେଇ ଯାଉଥିବାବେଳେ ଭୂତମୁଣ୍ଡାଇ ନିକଟରେ ଏକ ଦୁର୍ଘଟଣା ଦେଖିଥିଲେ।

ଏକ ଟ୍ରକ୍‌ ଧକ୍କାରେ ମୋଟରସାଇକେଲ୍‌ରେ ଯାଉଥିବା ଦୁଇଜଣ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ।

ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲେ ମଧ୍ୟ କେହି ସେମାନଙ୍କୁ ହସ୍ପିଟାଲ୍‌ ନେବାକୁ ଆଗେଇ ଆସି ନ ଥିଲେ।

ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଠିକ୍‌ ସମୟରେ ଚିକିତ୍ସା ମିଳିଥିଲେ ସେମାନଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ପଙ୍କଜ ଅନୁଭବ କରିଥିଲେ।

ଏହି ଘଟଣା ପରେ ହିଁ ଆରମ୍ଭ ହୋଇଥିଲା ପଙ୍କଜଙ୍କ ସେବାଯାତ୍ରା।

ସେହିଦିନଠାରୁ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ସେ ନିଜ ଜୀବନର ବ୍ରତ କରିନେଇଛନ୍ତି।

Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ହସିଣା ଗାଁର ପଙ୍କଜ ପ୍ରଥମେ ଏକା କାମ କରୁଥିଲେ।

ପରେ ତାଙ୍କ ସହ ସ୍ଥାନୀୟ ଯୁବକ, ସ୍ୱେଚ୍ଛାସେବୀ ସଂଗଠନ, ସରପଞ୍ଚ, ପଞ୍ଚାୟତ ପ୍ରତିନିଧି, ଅଗ୍ନିଶମ କର୍ମଚାରୀ ଓ ପୁଲିସ ଯୋଡ଼ି ହୋଇଛନ୍ତି।

ନିଜର ବୃତ୍ତିଗତ କାର୍ଯ୍ୟ ତୁଲାଇବା ସହ ଏଭଳି ପ୍ରଶଂସନୀୟ କାର୍ଯ୍ୟ ଜାରିରଖିଛନ୍ତି ସେ।

ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ନିଅନ୍ତି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ୩୭ ବର୍ଷୀୟ ଅଟୋ ଚାଳକ ବିନୋଦ ଲୋହାର ବି ରୋଗୀଙ୍କୁ ସ୍ବତଃପ୍ରବୃତ୍ତ ସେବା ଯୋଗାନ୍ତି।

ନିଜ ବ୍ୟସ୍ତବହୁଳ ଓ ଅଭାବୀ ସଂସାରରୁ ସମୟ କାଢ଼ି ସେ ପ୍ରତିଦିନ ଗରିବ, ବୟସ୍କ ଓ ଦିବ୍ୟାଙ୍ଗ ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ନେଇଯାଆନ୍ତି।

ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ଣ ୧ଟା ଏବଂ ସନ୍ଧ୍ୟାରେ ଏକ ଘଣ୍ଟା ଏହି ସେବା ଯୋଗାଉଛନ୍ତି ବିନୋଦ।

ତେବେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ସମୟ ନାହିଁ।

ସେମାନଙ୍କ ପ‌ାଇଁ ଏହି ସେବା ସବୁ ସମୟରେ ଉପଲବ୍ଧ କରାନ୍ତି ବିନୋଦ।

ଏଥପାଇଁ ତାଙ୍କୁ କାହା ନିକଟରୁ ଅନୁଦାନ ମିଳେ ନାହିଁ।

ଏପରି ମହତ୍‌ କାର୍ଯ୍ୟ ପାଇଁ ନିଜ ରୋଜଗାରରୁ ତେଲ ଖର୍ଚ୍ଚ ବହନ କରୁଥିବା ବିନୋଦ ନିୟମିତ ରକ୍ତଦାନ ମଧ୍ୟ କରନ୍ତି।

ଥରେ ରାତିରେ ଜଣେ ଯାତ୍ରୀଙ୍କୁ ଛାଡ଼ି ଘରକୁ ଫେରିବାବେଳେ ବିନୋଦ ଜଣେ ବୟସ୍କ ମହିଳାଙ୍କୁ ତାଙ୍କ ନାତୁଣୀ ସହ ଧୀରେ ଧୀରେ ହସ୍ପିଟାଲ୍‌ ଆଡ଼କୁ ଚାଲିଯାଉଥିବା ଦେଖିଲେ।

Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି ସେମାନଙ୍କୁ ଅଟୋରେ ନେବାକୁ ପଚାରିବାରୁ ମହିଳାଜଣକ କହିଥିଲେ, ତାଙ୍କ ପାଖରେ ମାତ୍ର ୨୦୦ ଟଙ୍କା ଅଛି ଏବଂ ଅଟୋ ଭଡ଼ା ଦେବାକୁ ସେ ସକ୍ଷମ ନୁହନ୍ତି।

ଏହା ଶୁଣି ବିନୋଦଙ୍କ ହୃଦୟ ତରଳି ଯାଇଥିଲା।

ସେ ତା'ପରେ ସେମାନଙ୍କୁ ବିନା ଭଡ଼ାରେ ଅଟୋରେ ଆଣି ହସ୍ପିଟାଲ୍‌ରେ ପହଞ୍ଚାଇଥିଲେ।

ଏହି ଘଟଣା ତାଙ୍କ ମନକୁ ଗଭୀର ଭାବେ ଛୁଇଁଥିଲା।

ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ବାରିପଦା ଆସୁଥିବା ଅନେକ ଗରିବ ଲୋକ ଯାତାୟାତରେ ଟଙ୍କା ଖର୍ଚ୍ଚ କରିପାରୁ ନ ଥିବାରୁ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଚାଲିଚାଲି ଯାଉଥିବା ସେ ଅନୁଭବ କରିଥିଲେ।

ତା'ପରେ ତାଙ୍କ ଭିତରେ ଏହି ସେବା କରିବାର ମନୋଭାବ ସୃଷ୍ଟି ହୋଇଥିଲା।

ସେବେଠାରୁ ତାଙ୍କ ଅଟୋକୁ ସେ ଯେପରି ଗରିବଙ୍କ ସେବାରେ ଉତ୍ସର୍ଗ କରିଛନ୍ତି!

ଆବଶ୍ୟକ ଲୋଡୁଥିବା ଅସହାୟଙ୍କୁ ବିନୋଦ ଅଟୋରେ ହସ୍ପିଟାଲ୍‌ରେ ପହଞ୍ଚାଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)