A Student: କଲେଜ ହଷ୍ଟେଲ ଛାତ ଉପରେ ବିଦ୍ୟୁତ୍ ଆଘାତରେ ଛାତ୍ର ଗୁରୁତର, ଚିକିତ୍ସାରେ ଅବହେଳା ଅଭିଯୋଗ

Nov 24, 2026 - 15:29
A Student: କଲେଜ ହଷ୍ଟେଲ ଛାତ ଉପରେ ବିଦ୍ୟୁତ୍ ଆଘାତରେ ଛାତ୍ର ଗୁରୁତର, ଚିକିତ୍ସାରେ ଅବହେଳା ଅଭିଯୋଗ

ନୂଆପଡ଼ା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ କିରିକିଟା ପଞ୍ଚାୟତର ଜୁନପାଣି ଗ୍ରାମର ଜଣେ ଛାତ୍ର କଲେଜ ହଷ୍ଟେଲ ଛାତ ଉପରେ ବିଦ୍ୟୁତ୍ ଆଘାତର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

ଛାତରୁ ତଳକୁ ପଡ଼ିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ହାତ ଓ ଗୋଡ଼ର ବିଭିନ୍ନ ଅଂଶ ପୋଡ଼ି ଯାଇଛି।

ଏହି ଘଟଣା କଲେଜ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment ସୂଚନା ଅନୁସାରେ, ଜୁନପାଣି ଗ୍ରାମର ଅର୍ଜୁନ ମାଝୀଙ୍କ ୧୬ ବର୍ଷୀୟ ପୁଅ ଅଭିମନ୍ୟୁ ମାଝୀ ଖଡ଼ିଆଳସ୍ଥିତ ପରୀକ୍ଷିତ ଟାଇଗର ବିଜ୍ଞାନ ଯୁକ୍ତ ଦୁଇ କଲେଜର ଦ୍ୱିତୀୟ ବର୍ଷର ଛାତ୍ର।

ଗତ ନଭେମ୍ବର ୨୧ ତାରିଖରେ ସେ କଲେଜ ହଷ୍ଟେଲର ଛାତ ଉପରେ ଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।

ଫଳରେ ବିଦ୍ୟୁତ୍ ଆଘାତ ପାଇ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ।

ଏହି ଦୁର୍ଘଟଣାରେ ଅଭିମନ୍ୟୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଛି।

ବର୍ତ୍ତମାନ ସେ ବୁର୍ଲା ଭିମସାରରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଅଭିମନ୍ୟୁ ଏବେ ମଧ୍ୟ ନିଜ ପରିବାର ସଦସ୍ୟଙ୍କୁ ଚିହ୍ନି ପାରୁନାହାନ୍ତି ଏବଂ ଅସ୍ୱାଭାବିକ ଭାବେ କଥାବାର୍ତ୍ତା କରୁଛନ୍ତି।

ମୁଣ୍ଡରେ ଆଘାତ ଯୋଗୁଁ ଫୁଲା ବଢ଼ୁଥିବାରୁ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ବାପା ଅର୍ଜୁନ ମାଝୀ କଲେଜ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

ହେଲେ ଏ ଦିଗରେ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉନଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଘଟଣାର ନିରପେକ୍ଷ ତଦନ୍ତ ଦାବି ଅନ୍ୟପକ୍ଷରେ, କଲେଜର ଭିତ୍ତିଭୂମି ଓ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ସତ୍ତ୍ୱେ ଶହ ଶହ ଛାତ୍ରଛାତ୍ରୀଙ୍କୁ ଏଭଳି ବିପଦପୂର୍ଣ୍ଣ ପରିବେଶରେ ରଖାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା କରାଯାଉଛି କି ବୋଲି ଏବେ ପ୍ରଶ୍ନ ଉଠିଛି।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ପ୍ରଶାସନ କଲେଜ ଓ ହଷ୍ଟେଲର ଭିତ୍ତିଭୂମି, ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥା ଏବଂ ଛାତ୍ରାବାସର ସ୍ଥିତି ଯାଞ୍ଚ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି।

ଏଥିସହ ଛାତ୍ରଙ୍କ ଉନ୍ନତ ଚିକିତ୍ସା ଓ ଆବଶ୍ୟକ ସହାୟତା ଯୋଗାଇବା ସହ ଦାୟିତ୍ୱରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ମଧ୍ୟ ଦାବି ଉଠିଛି।

Arrested: ପୁରୀରେ ଲଭ୍ ଜିହାଦ୍: ନାବାଳିକାଙ୍କୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ କେନିଆର ୩୪ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା ପୁଲିସ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)