8 New Bridges for Bhadrak: ଭଦ୍ରକରେ ୮ ନୂତନ ସେତୁ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁର, ଆରମ୍ଭ ହେବ ସର୍ଭେ ଓ ପରୀକ୍ଷଣ

Sep 15, 2026 - 18:48
8 New Bridges for Bhadrak: ଭଦ୍ରକରେ ୮ ନୂତନ ସେତୁ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁର, ଆରମ୍ଭ ହେବ ସର୍ଭେ ଓ ପରୀକ୍ଷଣ

"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ୮ଟି ନୂତନ ସେତୁ ନିର୍ମାଣ ପାଇଁ ପ୍ରାଥମିକ ପଦକ୍ଷେପ ନେବା ଆରମ୍ଭ ହୋଇଛି।

ଏହି ପ୍ରକଳ୍ପଗୁଡ଼ିକର ସର୍ଭେ ଓ ତଦନ୍ତ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ୨୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ପ୍ରତ୍ୟେକ ସେତୁ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦ ହୋଇଛି।

ଏହି ଟଙ୍କାରେ ସର୍ଭେ ଓ ପରୀକ୍ଷଣ ଖର୍ଚ୍ଚ ହେବ।

Advertisment Bhadrak Nehru Stadium ଭଦ୍ରକ ନେହେରୁ ଷ୍ଟାଡିଅମରେ ପୋକ୍ଲିନ୍‌ର ଦବଙ୍ଗଗିରି, ଭାଙ୍ଗିଦେଲା ୧୨ କ୍ରୀଡ଼ାସଂଘ କାର୍ଯ୍ୟାଳୟ ବିଭାଗୀୟ ସୂଚନା ଅନୁଯାୟୀ, ଭଦ୍ରକ-୧ ଓ ଭଦ୍ରକ-୨ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣ ଡିଭିଜନ ଅଧୀନରେ ଏହି ୮ଟି ପ୍ରକଳ୍ପ ରହିଛି।

ଭଦ୍ରକ-୧ ଡିଭିଜନ ଅଧୀନରେ କୁଣ୍ଡି ନଦୀ ଉପରେ ମାଳିଆରୁଆଁ ରାସ୍ତାରେ ହାଇ-ଲେଭେଲ ସେତୁ, ଭଦ୍ରକାଳୀ ମନ୍ଦିରରୁ ରଘୁପତିବିନ୍ଧା ରାସ୍ତାର ୧.୩୫୦ କିମିରେ ସାଳନ୍ଦୀ ନଦୀ ଉପରେ ସେତୁ ଏବଂ ସବରଙ୍ଗା-ହରିପୁର ରାସ୍ତାରେ ଧନତ୍ରୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ସର୍ଭେ ଓ ତଦନ୍ତ ହେବ।

ମେଡିକାଲ କଲେଜ, ବିଶ୍ବବିଦ୍ୟାଳୟ ଶୀଘ୍ର: ଭଦ୍ରକ ବିକାଶ ପାଇଁ ୨୭୪ କୋଟିର ୧୩ ପ୍ରକଳ୍ପ ସେହିପରି ଭଦ୍ରକ-୨ ଡିଭିଜନ ଅଧୀନରେ ମାଧପୁର-ହେଙ୍ଗୁପଟି ରାସ୍ତାରେ ସାଳିଆଜୋର ନଦୀ ଉପରେ, ଘଟାପୁର-ରଟଣୀ ରାସ୍ତାରେ ନୂଆ ନାଳ ଉପରେ, ମୌଦପୁର-ନିଧିବିନ୍ଧା ରାସ୍ତାର ୧.୪ କିମି ନିକଟ କାଠମୁଣ୍ଡାରେ ଚେଲିଆ ନାଳ ଉପରେ ଏବଂ ଆର୍‌ଡି ରାସ୍ତାରୁ ବାବାଜୀପୁହାଣ ଜମି ରାସ୍ତାରେ ବ୍ରଜାନନ୍ଦପୁର ଜୋର ଉପରେ ହାଇ-ଲେଭେଲ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।

ଏଥିସହ ଲକ୍ଷ୍ମୀଦାସପୁର ଛକ ନିକଟ କାମାରଗାଁ-ବାଲିମେଡ଼ ପୂର୍ତ୍ତ ବିଭାଗ ରାସ୍ତାରେ ଆଉ ଏକ ସେତୁ ନିର୍ମାଣ ପାଇଁ ମଧ୍ୟ ସର୍ଭେ ହେବ।

Green Signal for New Jetty ଚନ୍ଦନୀପାଳରେ ଜେଟି ନିର୍ମାଣକୁ ସବୁଜ ସଙ୍କେତ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କ ପକ୍ଷରୁ ୯ ସେପ୍ଟେମ୍ବର ୨୦୨୬ରେ ପତ୍ର ସଂଖ୍ୟା ୩୨୪୮୭ ଜାରି ହୋଇଛି।

୨୦୨୬-୨୭ ବର୍ଷର ରାସ୍ତା ଓ ସେତୁ କାର୍ଯ୍ୟକ୍ରମ ଅଧୀନରେ "ସର୍ଭେ ଆଣ୍ଡ ଇନଭେଷ୍ଟିଗେସନ୍ ଏକ୍ସପେନ୍ସ" ବାବଦରେ ଏହି ଅର୍ଥ ବରାଦ ହୋଇଛି।

DPR For Eram ରକ୍ତତୀର୍ଥ ଇରମର ବିକାଶ ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ସର୍ଭେ ଓ ତଦନ୍ତ ପରେ ପ୍ରକଳ୍ପଗୁଡ଼ିକର ବୈଷୟିକ ଦିଗ, ସେତୁର ଆବଶ୍ୟକତା ଓ ନିର୍ମାଣ ସମ୍ଭାବନା ସମ୍ପର୍କରେ ଆକଳନ କରାଯିବ।

ପରବର୍ତ୍ତୀ ପଦକ୍ଷେପରେ ପ୍ରକଳ୍ପଗୁଡ଼ିକର ନିର୍ମାଣ ନେଇ ଆବଶ୍ୟକୀୟ ଅନୁମୋଦନ ଓ ପ୍ରଶାସନିକ ପ୍ରକ୍ରିୟା ଆଗକୁ ବଢ଼ିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)