7th Flood: ବୈତରଣୀ ନଦୀରେ ଆସୁଛି ୭ମ ବନ୍ୟା, ୩୪ ଦିନ ହେବ ଘରକୁ ଫେରି ନାହାନ୍ତି ବିପନ୍ନ

Aug 30, 2026 - 13:38
7th Flood: ବୈତରଣୀ ନଦୀରେ ଆସୁଛି ୭ମ ବନ୍ୟା, ୩୪ ଦିନ ହେବ ଘରକୁ ଫେରି ନାହାନ୍ତି ବିପନ୍ନ

"ଦଶରଥପୁର: ପୁଣି ଉଛୁଳିଲା ବୈତରଣୀ।

ଲଗୁଚାପ ପ୍ରଭାବରେ ଗତକାଲି କେନ୍ଦୁଝରରେ ବର୍ଷା ହେବାରୁ ବୈତରଣୀ ନଦୀ ଜଳସ୍ତର ବଢ଼ି ଚାଲିଥିବା ଦେଖାଯାଇଛି।

ଆଜି ଦିନ ୧୨ ଟାରେ ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ୧୮.

୩୩ ମିଟର ରହିଥିବାବେଳେ ବର୍ତମାନ ୧୭.

୮୨ ରେ ପହଂଚିଲାଣି।

ଏହି ଜଳସ୍ତର ବଢିବାର ଲାଗିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଯାହାକି ପୁନଶ୍ଚ ଦଶରଥପୁର ବ୍ଲକକୁ ଆଉ ଏକ ବନ୍ୟା ମାଡି ଆସୁଛି।

ଏହା ଦଶରଥପୁରକୁ ସପ୍ତମ ବନ୍ୟା ଆସୁଥିବାବେଳେ ବୈତରଣୀ ଶାଖା କାଣୀ ନଦୀର ତରପଦା ପଞ୍ଚାୟତ ଡୋଭାଵିଲ - ପାଟଣା ଏବଂ କଣ୍ଟପଡା ଠାରେ ଥିବା ମୁକୁଳା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରି ପୁଣି ବିଭିନ୍ନ ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା ଦେଖା ଦେଇଛନ୍ତି।Advertisment ମହାପାତ୍ର ସାହିକୁ ଜଳମଗ୍ନ କରିବ ବନ୍ୟା ଜଳ ଏହାଛଡ଼ା ବୈତରଣୀ ନଦୀ ଜୟନ୍ତରା ମହାପାତ୍ର ସାହି ଘେରି ବନ୍ଧରେ ମଧ୍ୟ ଦୁଇଟି ମୁକୁଳା ଘାଇ ରହିଛି।

ଯେଉଁ ବନ୍ୟା ଜଳ ମହାପାତ୍ର ସାହିକୁ ଜଳମଗ୍ନ କରିବ.

ଯାହାକି ଦଶରଥପୁର ବାସୀଙ୍କ ପାଇଁ ଦୁଃଖ ପାଲଟିଛି।

ଜୁଲାଇ ୬ ରେ ପ୍ରଥମ ବନ୍ୟାରୁ ଦଶରଥପୁର ପ୍ରଭାବିତ ଆରମ୍ଭ ହୋଇଥିବାବେଳେ ଆଜକୁ ୫୬ ଦିନରେ ପହଂଚିଛି।

ମାତ୍ର ଜୁଲାଇ ୨୮ ଠାରୁ ୪ ଟି ଘାଇ ହେବା ପରେ ଲୋକେ ନଦୀ ବନ୍ଧ ଉପରେ, ଛାତ ଉପରେ, ଆଶ୍ରମ ସ୍ଥଳୀରେ ଏବଂ ବନ୍ଧୁଙ୍କ ଘରେ ବିପନ୍ନମାନେ ରହୁଛନ୍ତି।

ଏଯାବତ ୩୪ ଦିନ ହେବ ଘରକୁ ଫେରି ନାହାନ୍ତି।

ଏହାରି ଭିତରେ ଆସିଛି ୭ ମ ବନ୍ୟା।

ଘାଇ ମରାମତି ହୋଇ ନଥିବା କାରଣରୁ ଦଶରଥପୁରବାସୀଙ୍କ ଚିନ୍ତା ଦିଗୁଣିତ କରିଦେଇଛି।

କଂଗ୍ରେସ ପକ୍ଷରୁ ବିକ୍ଷୋଭ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)