70-Year-Old Mother Seeks Help: ବ୍ରେନ୍ ଅପରେସନ ପରେ ଚାଲିଗଲା ଦୃଷ୍ଟିଶକ୍ତି; ପୁଅକୁ କେମିତି ଭଲ କରିବେ ଚିନ୍ତାରେ ବୟସ୍କା ମା’

Nov 14, 2026 - 18:38
70-Year-Old Mother Seeks Help: ବ୍ରେନ୍ ଅପରେସନ ପରେ ଚାଲିଗଲା ଦୃଷ୍ଟିଶକ୍ତି; ପୁଅକୁ କେମିତି ଭଲ କରିବେ ଚିନ୍ତାରେ ବୟସ୍କା ମା’

ଦିନେ ଯିଏ ରାଜମିସ୍ତ୍ରୀ ଭାବେ ଅନ୍ୟର ଘର ଗଢ଼ୁଥିଲେ, ଆଜି ନିଜ ଜୀବନରେ ଖୋଜୁଛନ୍ତି ସାହାରା ।

ମୁଣ୍ଡରେ ଟ୍ୟୁମର, ଆଖିରୁ ଲିଭିଯାଇଛି ଦୁନିଆ ଦେଖିବାର ଶକ୍ତି ।

ଯେଉଁ ପତ୍ନୀଙ୍କ ହାତ ଧରି ନୂଆ ସଂସାର ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ସେ ମଧ୍ୟ ପାଖରେ ନାହାନ୍ତି ।

ଦୁଇ ବର୍ଷର ଝିଅକୁ ଧରି ଚାଲିଯାଇଛନ୍ତି ପତ୍ନୀ ।

Advertisment ଏପଟେ ୭୦ ବର୍ଷର ବୃଦ୍ଧା ମା'ଙ୍କ କାନ୍ଧରେ ପୁଅର ସବୁ ଦାୟିତ୍ୱ ।

ନିଜେ ପର ଘରେ କାମ କରି ପେଟ ପୋଷୁଛନ୍ତି, ଆଉ ଦୃଷ୍ଟିହୀନ ପୁଅର ଯତ୍ନ ନେଉଛନ୍ତି ।

ହେଲେ ମା'ଙ୍କ ମନରେ ଗୋଟିଏ ପ୍ରଶ୍ନ...

ସେ ଆଖି ବୁଜିଦେଲେ ପୁଅକୁ ଦେଖିବ କିଏ ?

ଦେଖନ୍ତୁ ଭଦ୍ରକ ଚାନ୍ଦବାଲିର ସୁବାସ ବାରିକଙ୍କ ଏ ଦୁର୍ଦ୍ଦଶାର କାହାଣୀ ।

ଇଏ ଏମିତି ଏକ ହୃଦୟ ବିଦାରକ କାହାଣୀ ଯାହା ଶୁଣିଲେ ଆପଣ ଲୁହ ଝରାଇବେ ।

୧୦ ବର୍ଷ ବୟସରେ ବାପା କ୍ୟାନ୍ସରରେ ମୃତ୍ୟୁ ପରେ ଯିଏ ଦିନେ ରାଜମିସ୍ତ୍ରୀ ଭାବେ ଇଟା-ବାଲି ଦେଇ ପର ଘର ଗଢୁଥିଲା, ଆଜି ତା'ର ନିଜ ଘର ଭାଙ୍ଗି ଚୁରୁମାର ହୋଇଯାଇଛି ।

ଯାହାକୁ ହାତ ଧରି ସାତ ଜନ୍ମର ସାଥି ହେବାପାଇଁ ସ୍ୱପ୍ନ ଦେଖିଥିଲା, ମାତ୍ର ୩୧ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇବା ପରେ ସେ ପତ୍ନୀ ଛାଡି ଚାଲିଗଲା।

Advertisment ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଚାନ୍ଦବାଲି NAC ୧୪ ନମ୍ବର ୱାର୍ଡ ବିନୀତରା ଗାଁର ସୁବାସ ବାରିକ ।

କ୍ୟାନ୍ସରରେ ବାପାଙ୍କ ମୃତ୍ୟୁ ପରେ ମା' ହେମଲତା ଜୀବନକୁ ବାଜି ଲଗାଇ ପର ଘରେ କାମ କରି ପୁଅକୁ ବଡ଼ କରିଥିଲେ।

ପୁଅ ସୁବାସ ବାରିକଙ୍କୁ ମଧ୍ୟ ବିବାହ କରାଇଥିଲେ।

ପରିବାରରେ ଦୁଃଖ କଷ୍ଟ ଭିତରେ ଟିକେ ଖୁସି ଫେରିବା ବେଳକୁ ମାଡି ଆସିଲା ଦୁଃଖ।

କୌଣସି କାରଣରୁ ସୁବାସଙ୍କ ମୁଣ୍ଡ ବୁଲାଇବା ସହ ହାତଗୋଡ଼ ଥରିବା ଆରମ୍ଭ ହେଲା।

ସେହି ସମୟରେ ପତ୍ନୀ ସସ୍ମିତା ବାରିକ ନିଜ ବାପ ଘରେ ରହିଥିଲେ।

ଖବର ପାଇ ପାଖକୁ ନେବାକୁ ଚାହିଁଥିଲେ, କିନ୍ତୁ ଡାକ୍ତର ଦେଖାଇବାକୁ କହି ଆଉ ନେଇ ନଥିଲେ ବୋଲି ଶାଶୁ କହିଛନ୍ତି।

ପରେ ଜାଣିବାକୁ ପାଇଲେ ପୁଅକୁ ଆଉ ଦେଖାଯାଉନାହିଁ।

ସଙ୍ଗେ ସଙ୍ଗେ ବୃଦ୍ଧା ମା' ଗାଁରୁ ମାଗିଜାଚି କଟକ ନେଇଥିଲେ।

ଦୃଷ୍ଟି ଶକ୍ତି ହରାଇ ବସିଥିବା କଥା ଡାକ୍ତର କହିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ମୁଣ୍ଡରେ ପାଣି ଜମି ରହିଥିବା ଜାଣି ଡାକ୍ତର ଅପରେସନ କରିଥିଲେ।

ପରେ ମୁଣ୍ଡରେ ଟ୍ୟୁମର ଥିବା ଜଣାପଡିଥିଲା, ଦ୍ୱିତୀୟ ଅପରେସନ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ହେଲେ ଦୃଷ୍ଟିଶକ୍ତି ଫେରିଲା ନାହିଁ।

ଏହି ଅବସ୍ଥାରେ ସୁବାସଙ୍କ ପତ୍ନୀ ତାଙ୍କୁ ଛାଡି ୨ ବର୍ଷର ଝିଅକୁ ଧରି ତାଙ୍କ ବାପା ଘରକୁ ଚାଲିଗଲେ।

ବର୍ଷେ ହେଲା କୌଣସି ଯୋଗାଯୋଗ ନାହିଁ।

ଏବେ ଭୋକ ଉପାସରେ ଭେଣ୍ଡିଆ ପୁଅକୁ ନେଇ ଜୀବନ ଯୁଦ୍ଧ ଲଢୁଛନ୍ତି ୭୦ ବର୍ଷର ଅସହାୟ ବୃଦ୍ଧା ମା' ।

ଯାହାକୁ ୪ ବର୍ଷ ପୂର୍ବେ ହାତ ଧରି ସାତ ଜନ୍ମର ସାଥି ହେବାପାଇଁ ସ୍ୱପ୍ନ ଦେଖିଥିଲେ, ଆଜି ସ୍ୱାର୍ଥପର ହୋଇ ସେ ହାତଛାଡି ଚାଲିଗଲା ।

ଯେଉଁ ପୁଅକୁ ସାହାରା କରି ବଞ୍ଚୁଥିଲା ମା', ଆଜି ସେହି ପୁଅ ଦୃଷ୍ଟି ଶକ୍ତି ହରାଇ ବସିଛି ।

ଏ ମା' କାନ୍ଦି କହୁଛି- "ମୁଁ ମଲା ପରେ ମୋ ପୁଅକୁ କିଏ ଦେଖିବ ?" ପୁଅକୁ ଖାଇବାକୁ ଦେବା, ଗାଧୋଇ ଦେବା ସବୁ କାର୍ଯ୍ୟ ମା' ବିନା ଅଧୁରା।

ବଞ୍ଚିବା ପାଇଁ ପର ଘରେ କାମ କରି ଫେରିବା ଯାଏଁ ଦୃଷ୍ଟିହରା ପୁଅକୁ ଅପେକ୍ଷା କରିବାକୁ ପଡୁଛି ।

ସରକାରୀ ସ୍ତରରେ ମାତ୍ର ହଜାର ଟଙ୍କା ଭତ୍ତା ଏବଂ ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ ପାଉଛନ୍ତି।

ପୁଅର ନା ଅଛି ରାସନ କାର୍ଡ ନା ଅଛି ଭତ୍ତା।

ଅସହାୟ ପରିବାରକୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଚାନ୍ଦବାଲି NAC ଅଧିକାରୀ କହିଛନ୍ତି, ଭତ୍ତା ସହ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛୁ ।

ଦର୍ଶକ ବନ୍ଧୁ ଆପଣମାନେ ଯଦି କିଛି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା- ନାମ- ସୁବାସ ବାରିକ ଗାଁ - ଵିନିତରା ପୋଷ୍ଟ - ଗୋଲାଡିଆ ଭାୟା - ଚାନ୍ଦବାଲି ଜିଲ୍ଲା -ଭଦ୍ରକ ପିନ୍ -୭୫୬୧୩୩ ମୋବାଇଲ ନମ୍ବର- 9937958941 ଆକାଉଣ୍ଟ ନମ୍ବର- 37258223827 IFSC CODE -SBIN0009823

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)