70 Families Without Electricity ୫ ଦିନ ହେଲା ଅନ୍ଧାରରେ ମାଲାନସୁଗା ଗାଁର ୭୦ ପରିବାର

Oct 08, 2026 - 16:51
70 Families Without Electricity ୫ ଦିନ ହେଲା ଅନ୍ଧାରରେ ମାଲାନସୁଗା ଗାଁର ୭୦ ପରିବାର

"ଘୁ.ଉଦୟଗିରି(ସମୀର ପାଢ଼ୀ): ସ୍ଥାନୀୟ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଗ୍ରାମରେ ଗତ ୫ ଦିନ ଧରି ବିଦ୍ୟୁତ୍ ସେବା ବ୍ୟାହତ ରହିଛି।

ଗାଁରେ ଥିବା ପ୍ରାୟ ୭୦ଟି ପରିବାର ଅନ୍ଧାରରେ ରାତି କାଟୁଛନ୍ତି।

Advertisment Electricity consumers: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ ଏନେଇ ଗ୍ରାମବାସୀ କହିଛନ୍ତି, ସେମାନେ ଅନେକ ଥର ବିଦ୍ୟୁତ୍‌ ବିଭାଗକୁ ଟୋଲ୍-ଫ୍ରି ନମ୍ବରରେ ଅଭିଯୋଗ ଦାଖଲ କରିଛନ୍ତି।

କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବାତ ଦୂରର କଥା ଗାଁକୁ କୌଣସି ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଆସି ଯାଞ୍ଚ କରିନାହାନ୍ତି।

ସନ୍ଧ୍ୟା ହେଲେ ଏହି ଅଞ୍ଚଳରେ ହାତୀ ଉପଦ୍ରବ ହେଉଥିବାରୁ ଅନ୍ଧାରରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ବିଦ୍ୟୁତ୍‌ ବିଭ୍ରାଟ ନେଇ ସର୍ବଦଳୀୟ ସତ୍ୟାଗ୍ରହ: "ଉନ୍ନତ ବିଦ୍ୟୁତ୍‌ ସେବା ପ୍ରାପ୍ତ ନ ହେବା ଯାଏ ସଂଗ୍ରାମ ଜାରି ରହିବ" ଏଣୁ ଘଟଣାଟିକୁ ଗୁରୁତ୍ୱ ଦେଇ ତୁରନ୍ତ ବିଦ୍ୟୁତ୍ ସେବା ପୁନଃସ୍ଥାପନ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)