ସିଇସିଙ୍କ ଇସ୍ତଫା ଦାବି: ବେଙ୍ଗାଲୁରୁ ବିକ୍ଷୋଭରେ ଧ୍ରୁବ ରାଠୀ ଓ ପ୍ରକାଶ ରାଜଙ୍କ ଏଣ୍ଟ୍ରି

Oct 08, 2026 - 16:51
ସିଇସିଙ୍କ ଇସ୍ତଫା ଦାବି: ବେଙ୍ଗାଲୁରୁ ବିକ୍ଷୋଭରେ ଧ୍ରୁବ ରାଠୀ ଓ ପ୍ରକାଶ ରାଜଙ୍କ ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା  ଓ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ପ୍ରତିବାଦରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ହେବାକୁ ଥିବା ଆନ୍ଦୋଳନ ପୂର୍ବରୁ ଗୁରୁବାର ବେଙ୍ଗାଲୁରୁର ଫ୍ରଡ଼ମ୍ ପାର୍କଠାରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଛି ।

ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିବାଦରେ ଜଣାଶୁଣା ୟୁଟ୍ୟୁବର୍ ଧ୍ରୁବ ରାଠୀ ଓ ବରିଷ୍ଠ ଅଭିନେତା ପ୍ରକାଶ ରାଜ ସାମିଲ ହୋଇଛନ୍ତି । ତେବେ ଧ୍ରୁବ ରାଠୀ ଓ ପ୍ରକାଶ ରାଜଙ୍କ ଯୋଗଦାନ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ‘”ପିପୁଲ୍ସ ଟ୍ରିବ୍ୟୁନାଲ୍” ଓ ଦିଲ୍ଲୀ ପୋଲିସ ଦ୍ୱାରା ନିର୍ଯାତିତ ମହିଳା ସାମ୍ବାଦିକାଙ୍କ ସମର୍ଥନରେ ଏକ ”ଚପଲ ବିକ୍ଷୋଭ” ମଧ୍ୟ ଅନୁଷ୍ଠିତ ହୋଇଛି।

ଆନ୍ଦୋଳନରେ ସାମିଲ ହୋଇ ଧ୍ରିବ ରାଠୀ କହିଛନ୍ତି, ‘ଏହା ଗଣତନ୍ତ୍ର ଓ ମତାଧିକାର ସୁରକ୍ଷା ପାଇଁ ନିର୍ଣ୍ଣାୟକ ଲଢେଇ ହେବ । ଭୋଟରଙ୍କ ମତାଧିକାର କ୍ଷୁର୍ଣ୍ଣ ହେବା ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ଅଟେ’ । ଆସନ୍ତା ୧୦ରେ ଦିଲ୍ଲୀ ଯନ୍ତର ମନ୍ତରଠାରେ ହେବାକୁ ଥିବା ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହେବାକୁ ସେ ଆହ୍ବନ ଦେଇଛନ୍ତି । ସେପଟେ ଅଭିନେତା ପ୍ରକାଶ ରାଜ ଏସଆଇଆର୍ ପ୍ରକ୍ରିୟାକୁ ସମାଲୋଚନା କରିବା ସହ ଧ୍ରୁବ ରାଠୀଙ୍କୁ  ପ୍ରଶଂସା କରିଥିଲେ ।

ଅନ୍ୟପଟେ, ସିଇସିଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀରେ କଂଗ୍ରେସ ଓ ‘ଇଣ୍ତିଆ’ ମେଣ୍ଟର ବହୁ ନେତା ନିର୍ବାଚନ କମିଶନ ଘେରାଉ କରିବାକୁ ଉଦ୍ୟମ କରି ପୋଲିସ ଦ୍ବାରା ଅଟକ ହୋଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ସାଂସଦ ଅଟକ ହୋଇଥିବା ବେଳେ ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସ୍ପଷ୍ଚ କରିଛନ୍ତି । ଅକ୍ଟୋବର ୧୦ର ମହାସମାବେଶ ପୂର୍ବରୁ ବେଙ୍ଗାଲୁରୁର ଏହି ବିକ୍ଷୋଭ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)