05 AUGUST 2026

Welcome!

Unlock your personalized experience.
Sign Up

7 Explosions : ଇରାନ ଯୁଦ୍ଧ ଭିତରେ ୟୁଏଇର ବଡ଼ ସହରରେ ଭୟଙ୍କର ବିସ୍ଫୋରଣ, ଭିଡିଓ କରୁଥିବା ଦୁଇ ବ୍ୟକ୍ତି ଅଟକ

Aug 05, 2026 - 14:23
7 Explosions : ଇରାନ ଯୁଦ୍ଧ ଭିତରେ ୟୁଏଇର ବଡ଼ ସହରରେ ଭୟଙ୍କର ବିସ୍ଫୋରଣ, ଭିଡିଓ କରୁଥିବା ଦୁଇ ବ୍ୟକ୍ତି ଅଟକ

ନୂଆଦିଲ୍ଲୀ,୫।୮:  ଇରାନ ଯୁଦ୍ଧ ଭିତରେ ୟୁଏଇର ବଡ଼ ସହର ଜେବେଲ ଅଲ୍ଳୀ ଇଣ୍ଡଷ୍ଟ୍ରୀଆଲ୍ ଏରିୟାରେ ଜୋରଦାର ବିସ୍ଫୋରଣର ଖବର ଆସିଛି। ଏମିରେଟ୍ ଅଧିକାରୀଙ୍କ କହିବା ଅନୁସାରେ, ୨୦ ମିନିଟ୍‌ରେ ୭ଟି ବିସ୍ଫୋରଣ ହୋଇଛି, କିନ୍ତୁ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନି। ଏହି ଘଟଣାର ଭିଡିଓ ତିଆରି କରିବା ଅଭିଯୋଗରେ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଆକାଶରୁ କଳାଧୁଆଁ ବାହାରୁଥିବାର ଦେଖିବାକୁ ମିଳୁଛି। ଇରାନର ମେହର ନ୍ୟୁଜ ଏଜେନ୍ସି ଏମିରେଟ୍ ଅଧିକାରୀଙ୍କୁ କହିଛନ୍ତି, ୨୦ ମିନିଟ୍ ଭିତରେ ଅତି କମ୍‌ରେ ୭ଟି ବିସ୍ଫୋରଣ ହୋଇଛି।

ଏହା ଭିତରେ ଇରାକର ନ୍ୟୁଜ ଆଉଟଲେଟ୍ ଦାବି କରିଛି ଯେ, ଆମେରିକା ଓ ଇରାନ ଭିତରେ ଚାଲିଥିବା ବିବାଦ ଭିତରେ ୟେମେନ୍ ପକ୍ଷରୁ ୟୁଏଇ ଉପରେ ମିସାଇଲ ମାଡ ହୋଇଥିଲା। ତେବେ ଏମିରେଟ୍ ମିଡିଆ ବିସ୍ଫୋରଣର କାରଣ ବିଷୟରେ ଜାଣିବାରେ କୌଣସି ଅଫିସିଆଲ ସୂଚନା ଦେଇ ନାହିଁ। ସେଭଳି ନାସାର ଥର୍ମାଲ ଇମେଜରୁ ଜଣାପଡିଛି ଯେ, ବନ୍ଦର ପାଖରେ ଥିବା ଏକ ଓ୍ବେୟାର ହାଉସରେ ନିଆଁ ଲାଗି ଯାଇଥିଲା। ଯାହାର ବ୍ୟବହାର ଫୁଏଲ (ଇନ୍ଧନ) ଷ୍ଟୋର କରିବା ଓ ତାକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ପଠାଇବା ପାଇଁ କରାଯାଇଥାଏ।

ଏହି ଘଟଣାରେ କୌଣସି ହତାହତ ଖବର ମିଳିନି। ସୋସିଆଲ ମିଡିଆରେ ଆବାସିକ ଅଞ୍ଚଳ ପାଖରେ ରାତିରେ ଆକାଶରେ କଳା ଧୁଆଁ ଉଠୁଥିବାର ଦେଖିବାକୁ ମିଳିଥିଲା। ଅରବ ମିଡିଆର ସୂଚନା ଅନୁସାରେ, ଏମିରେଟ୍ ଅଧିକାରୀ କହିଛନ୍ତି, ଭିଡିଓ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଏହା ସହିତ ୟେମେନର ରାଜଧାନୀ ସାନାରେ ବି ବିସ୍ଫୋରଣ ଖବର ମିଳିଛି। କିଛି ସୁତ୍ର ଏହି ଶବ୍ଦକୁ ବିମାନ ଆକ୍ରମଣ ସହ ଯୋଡିଛନ୍ତି, ତ ଆଉ କିଛି ୟେମେନ ଅଞ୍ଚଳ ଉପରେ ମିସାଇଲ ମାଡ କହିଛନ୍ତି।
ଆହୁରି ପଢନ୍ତୁ : Donald Trump: ଟ୍ରମ୍ପଙ୍କୁ ମାରିବାକୁ ପୁଣି ଷଡ଼ଯନ୍ତ୍ର ! କାର୍‌ରୁ ମିଳିଲା ବନ୍ଧୁକ, ଗଲ୍ଫ କ୍ଲବ ବାହାରୁ ସନ୍ଦିଗ୍ଧ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।