ଓ୍ବାନଡେରେ ବିନା ଶତକରେ ସବୁଠାରୁ ଅଧିକ ରନ୍ କରିଥିବା ୭ବ୍ୟାଟର , ଜାଣନ୍ତୁ କେଉଁମାନେ …
ମୁମ୍ବାଇ,୫/୮ : ଓ୍ବାନଡେ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ସଚିନ ତେନ୍ଦୁଲକର ଅଟନ୍ତି । ଯିଏ ୪୬୩ ମ୍ୟାଚ୍ ଖେଳି ୪୫୨ ପାଳିରେ ପ୍ରାୟ ୧୮,୪୮୨ ରନ୍ କରିଛନ୍ତି । ସେ ଏକାକୀ ବ୍ୟାଟର ଅଟନ୍ତି ଯିଏ ୧୫,୦୦୦ରନର ସଂଖ୍ୟା ପାର୍ କରିଛନ୍ତି । ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ବିରାଟ କୋହଲୀ ଅଛନ୍ତି ଯିଏ ୩୦୨ ପାଳି ଖେଳି ୧୪,୯୪୧ରନ୍ କରିଛନ୍ତି । କୋହଲୀ ଓ୍ବାନଡେରେ ସବୁଠାରୁ ଅଧିକ ଶତକ ଲଗାଇଥିବା ବ୍ୟାଟର ଅଟନ୍ତି । ଯିଏ ନିଜ କ୍ୟାରିୟରରେ ୫୪ଶତକ ଲଗାଇଛନ୍ତି । କିନ୍ତୁ ଆସନ୍ତୁ ଜାଣିବା ଟପ୍-୭ବ୍ୟାଟରଙ୍କ ବିଷୟରେ । ଯିଏ ଓ୍ବାନଡେରେ ସବୁଠାରୁ ଅଧିକ ରନ୍ ବିନା କୌଣସି ଶତକ ଲଗାଇ କରିଛନ୍ତି । ଲିଷ୍ଟରେ ଟପ୍ -୩ରେ ପାକିସ୍ତାନର ବ୍ୟାଟର ଅଛନ୍ତି । ଲିଷ୍ଟରେ ଭାରତୀୟ ଅଲାରାଉଣ୍ଡର ରବିନ୍ଦ୍ର ଜାଡେଜା ବି ସାମିଲ ଅଛନ୍ତି ।
ମିସ୍ବାହ ଉଲ ହକ
ପାକିସ୍ତାନର ପୂର୍ବତନ ଖେଳାଳୀ ମିସ୍ବାହ ଉଲ ହକ ନିଜ କ୍ୟାରିୟରରେ ୧୬୨ ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରୁ ଖେଳିଥିବା ୧୪୯ପାଳିରେ ସେ ୫୧୨୨ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୯୬ ରହିଛି । ସେ ଏହି ଫର୍ମାଟରେ ୪୨ଅର୍ଦ୍ଧଶତକ ଲଗାଇ ସାରିଛନ୍ତି, କିନ୍ତୁ କେବେ ବି ଶତକ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ।
ଓ୍ବସିମ ଅକରମ
ପାକିସ୍ତାନର ଭେଟରାନ ଓ୍ବସିମ ଅକରମ ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଯିଏ ୧୯ବର୍ଷର ନିଜ କ୍ୟାରିୟରରେ ୩୫୬ଓ୍ବାନଡେ ଖେଳିଛନ୍ତି । ଏଥିରେ ଖେଳିଥିବା ୨୮୦ପାଳିରେ ସେ ୩୭୧୭ରନ୍ କରିଛନ୍ତି, କିନ୍ତୁ କେବେ ଶତକ ଲଗାଇ ନାହାନ୍ତି । ସେ ଏହି ଫର୍ମାଟରେ କେବଳ ୬ ଅର୍ଦ୍ଧଶତକ ଲଗାଇଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୮୬ ଅଟେ ।
ମୋଇନ ଖାନ
ପାକିସ୍ତାନର ପୂର୍ବତନ କ୍ରିକେଟର ମୋଇନ ଖାନ ନିଜ କ୍ୟାରିୟରରେ ୨୧୯ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି, ୧୮୩ପାଳିରେ ସେ ୩୨୬୬ରନ୍ କରିଛନ୍ତି । ସେ ୧୨ଅର୍ଦ୍ଧଶତକ ଲଗାଇଛନ୍ତି, କିନ୍ତୁ କେବେ ବି ଶତକ ଲଗାଇନାହାନ୍ତି । ତାଙ୍କର ଓ୍ବାନଡେରେ ସର୍ବାଧିକ ସ୍କୋର ୭୨ ରହିଛି । ସେହି ମ୍ୟାଚରେ ସେ ନଟଆଉଟ ଥିଲେ ।
ହୀଥ ସ୍ଟ୍ରିକ
ଜିମ୍ବାଓ୍ବେର ଭେଟରାନ ହୀଥ ସ୍ଟ୍ରିକ ନିଜ କ୍ୟାରିୟରରେ ୧୮୯ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି । ଯାହାଙ୍କ ୧୫୯ ପାଳିରେ ସେ ୨୯୪୩ ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୭୯ ଅଟେ । ସେ ଓ୍ବାନଡେରେ ୧୩ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି ।
ରବିନ୍ଦ୍ର ଜାଡେଜା
ଲିଷ୍ଟରେ କେବଳ ରବିନ୍ଦ୍ର ଜାଡେଜା ଅଛନ୍ତି , ଯିଏ ବର୍ତ୍ତମାନ ଖେଳୁଛନ୍ତି । ଜାଡେଜା ଭାରତ ଲାଗି ୨୧୦ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୨୯୦୫ରନ୍ କରିଛନ୍ତି । ସେ ୧୩ଅର୍ଦ୍ଧଶତକ ଲଗାଇଛନ୍ତି । ଗୋଟିଏ ଥର ଶତକ ପାଖାପାଖି ପହଞ୍ଚିଥିଲେ । ତାଙ୍କର ଓ୍ବାନଡେରେ ସର୍ବାଧିକ ସ୍କୋର ୮୭ରନ୍ ଅଟେ । ଜାଡେଜା ଏବେ ଶ୍ରୀଲଙ୍କାରେ ଅଛନ୍ତି, ଯେଉଁଠାରେ ୨ମ୍ୟାଚର ଟେଷ୍ଟ ସିରିଜ ୧୫ଅଗଷ୍ଟରୁ ଆରମ୍ଭ ହେବ ।
ଏଣ୍ଡୁ ଜୋସ
ନ୍ୟୁଜିଲାଣ୍ଡର ଏଣ୍ଡୁ ଜୋସ ଲିଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି, ଯିଏ ୧୯୮୭ରୁ ୧୯୯୫ମଧ୍ୟରେ ୮୭ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି । ୮୭ପାଳିରେ ସେ ୨୭୮୪ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୯୩ଅଟେ । ସେ ଶତକର ପାଖାପାଖି ପହଞ୍ଚିଥିଲେ, କିନ୍ତୁ କରିପାରିନଥିଲେ । ସେ ନିଜ କ୍ୟାରିୟରରେ ୧୧ଅର୍ଦ୍ଧଶତକ ଲଗାଇଛନ୍ତି ।
ଜେମ୍ସ ହ୍ବିଟଲ
ଲିଷ୍ଟରେ ୭ମ ସ୍ଥାନରେ ଜିମ୍ବାଓ୍ବେର ଜେମ୍ସ ହ୍ବିଟଲ ଅଛନ୍ତି, ଯିଏ ୧୯୯୩ରୁ ୨୦୦୩ ମଧ୍ୟରେ ୧୪୭ଓ୍ବାନଡେ ଖେଳିଛନ୍ତି । ୧୪୨ଓ୍ବାନଡେ ପାଳିରେ ସେ ୨୭୦୫ରନ୍ କରିଛନ୍ତି । ଯେଉଁଥିରେ ୧୧ ଅର୍ଦ୍ଧଶତକ ସାମିଲ ରହିଛି । ସେ ବି କେବେ ଶତକ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।