05 AUGUST 2026

Welcome!

Unlock your personalized experience.
Sign Up

Fox Attack In Village: ବିଲୁଆ ଆତଙ୍କରେ ଭୟଭୀତ ଗାଁ ଲୋକ, ୬ ଜଣ ଗୁରୁତର ଆହତ

Aug 05, 2026 - 14:23
Fox Attack In Village: ବିଲୁଆ ଆତଙ୍କରେ ଭୟଭୀତ ଗାଁ ଲୋକ, ୬ ଜଣ ଗୁରୁତର ଆହତ

କୋରାପୁଟ ୦୫/୦୮: କୋରାପୁଟ ବୈପାରୀଗୁଡାରେ ବିଲୁଆ ଆତଙ୍କ। ଖରାଗୁଡ଼ା, କଦମଗୁଡ଼ା ଓ ବଡାଗୁଡା ଗାଁରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ବିଲୁଆ। ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଲୁଆ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି। ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ। ପ୍ରବଳ ବର୍ଷା ଯୋଗୁଁ ବିଲୁଆ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଉଛି। ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।