6 vehicles damaged: କାର୍‌ ଧକ୍କାରେ ଭାଙ୍ଗିଲା ୬ଗାଡ଼ି, ୯ ଆହତ: ଲୋକଙ୍କ ମାଡ଼ରେ ଚାଳକ ଦରମରା, କାର୍‌ ଚୂନା

Oct 22, 2026 - 07:06
6 vehicles damaged: କାର୍‌ ଧକ୍କାରେ ଭାଙ୍ଗିଲା ୬ଗାଡ଼ି, ୯ ଆହତ: ଲୋକଙ୍କ ମାଡ଼ରେ ଚାଳକ ଦରମରା, କାର୍‌ ଚୂନା

"ଭୁବନେଶ୍ୱର: ଦଶହରା ମେଢ଼ ଦେଖିବା ଲାଗି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରୁ ଗତ ୪ଦିନ ହେଲା ରାଜଧାନୀରେ ରାତିରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜିଥିଲା।

କଟକରୋଡ୍‌, ଜୟଦେବବିହାର-ନନ୍ଦନକାନନ ରାସ୍ତା, ଲୁଇସ୍‌ରୋଡ୍‌ ଆଦି ରାସ୍ତାରେ ଗାଡ଼ି ଗଡ଼ିବା ସହଜ ନଥିଲା।

କିନ୍ତୁ ଏହା ଭିତରେ ଜଣେ ନିଶାସକ୍ତ କାର୍‌ ଚାଳକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା ରସୁଲଗଡ଼ ଛକରେ।

ମଙ୍ଗଳବାର ବିଳମ୍ବିତ ରାତିରେ ମଦ୍ୟପ ଚାଳକଜଣକ ଚଳାଉଥିବା ଏସ୍‌ୟୁଭି ଗାଡ଼ିଟି ପ୍ରବଳ ଭିଡ଼ ଭିତରେ ୨ଟି କାର୍‌କୁ ପିଟିବା ପରେ ୪ଟି ବାଇକ୍‌କୁ ଧକ୍କା ଦେଇଥିଲା।

ଏହି ସିରିଜ୍‌ ଦୁର୍ଘଟଣାରେ ୯ଜଣ ଆହତ ହୋଇଥିଲେ।

ସେହିଭଳି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ କାର୍‌ ଚାଳକ ଦରମରା ହୋଇଯାଇଥିବା ବେଳେ ଏସ୍‌ୟୁଭି ଗାଡ଼ିଟି ଭାଙ୍ଗିରୁଜି ଯାଇଥିଲା।

ପୁଲିସ ବଡ଼ କଷ୍ଟରେ କାର୍‌ ଚାଳକକୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୁକାଳିଥିଲା।

Advertisment ସୂଚନାନୁସାରେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ ନିକଟରେ ପ୍ରବଳ ଭିଡ଼ ହୋଇଥିବାରୁ ବମିଖାଲ ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା।

ଏମିତି ଭିଡ଼ ଭିତରେ ବି ଏସ୍‌ୟୁଭି ଗାଡ଼ିଟି ଦ୍ରୁତଗତିରେ ଆସି ୪ଟି ବାଇକ୍‌କୁ ପିଟିବା ପରେ ଦୁଇଟି କାର୍‌କୁ ଧକ୍କା ଦେଇଥିଲା।

ଏହାପରେ ଉତ୍ତ୍ୟକ୍ତ ଲୋକେ ଏସ୍‌ୟୁଭି ଗାଡ଼ିକୁ ଅଟକାଇ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

କିଛି ଲୋକ କାର୍‌କୁ ବାଡ଼େଇ ଭାଙ୍ଗି ପକାଇଥିଲେ।

ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଏସ୍‌ୟୁଭି ଚାଳକ ଦରମରା ହୋଇସାରିଥିଲା।

ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଫଳରେ ଏକ ଭିଡ଼ହିଂସାରୁ ଗାଡ଼ି ଚାଳକ ବର୍ତ୍ତିଯାଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)