42,000 accused still absconding: ୪୨ହଜାର ଅଭିଯୁକ୍ତ ଏବେ ବି ଫେରାର: ବାଲେଶ୍ବରରେ ସର୍ବାଧିକ, ବୌଦ୍ଧରେ ସର୍ବନିମ୍ନ
ଭୁବନେଶ୍ବର: ଅଦାଲତଙ୍କ ନିର୍ଦ୍ଦେଶ ଅଛି, ପରୱାନା ଜାରି ବି ହୋଇଛି।
ହେଲେ ଗିରଫ ହୋଇନାହାନ୍ତି।
ରାଜ୍ୟରେ ୪୨ ହଜାର ୩୩୩ଟି ଗିରଫ ପରୱାନା କାର୍ଯ୍ୟକାରୀ ହୋଇନପାରିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି।
ଏହି ତାଲିକାରେ ଚିଟ୍ଫଣ୍ଡ୍ ଠକେଇ ଅଭିଯୁକ୍ତଙ୍କଠାରୁ ଆରମ୍ଭ କରି ହତ୍ୟା ମାମଲାର ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ରହିଛନ୍ତି।
ସପ୍ତାହେ କି ମାସେ ନୁହଁ ବର୍ଷ ବର୍ଷ କାଳ ଏହି ଗିରଫ ପରୱାନା ଜାରି ହୋଇଛି।
ସୋମବାର ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ କରିଥିବା ପ୍ରଶ୍ନରେ ଏହି ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି।
Advertisment Prince William: ପ୍ରିନ୍ସ ୱିଲିୟମ୍ ଓ କେଟ୍ଙ୍କ ଗ୍ରାମୀଣ ବାସଭବନରେ ଅନୁପ୍ରବେଶ ଉଦ୍ୟମ, ୨ ଗିରଫ ମିଳିଥିବା ସୂଚନା ମୁତାବକ, ଜିଲ୍ଲା ପୁଲିସ ସମେତ କ୍ରାଇମ୍ବ୍ରାଞ୍ଚ୍ର ସିଏଡବ୍ଲୁ ଓ ସିଡବ୍ଲୁ, ଏସଟିଏଫ୍ ଓ ଇଓଡବ୍ଲୁ ସମେତ ୩୯ଟି ପୁଲିସ ଦପ୍ତରରେ ୪୨୩୩୩ଟି ଗିରଫଦାରୀ କାର୍ଯ୍ୟକାରୀ ହୋଇନାହିଁ।
ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୩୭୩୫ଟି ୱାରେଣ୍ଟ୍ ବାକି ଥିବା ବେଳେ ବୌଦ୍ଧ ଜିଲ୍ଲାରେ ୨୩୨ଜଣ ଅଭିଯୁକ୍ତ ଫେରାର୍ ରହିଛନ୍ତି।
ତାଲିକାରେ କମିସନରେଟ୍ ପୁଲିସର ଭୁବନେଶ୍ବର ୟୁପିଡି ୨୯୯୭ ୱାରେଣ୍ଟି ସହିତ ଦ୍ବିତୀୟରେ ଏବଂ କଟକ ୟୁପିଡିର ୧୦୪୫ ୱାରେଣ୍ଟି କାର୍ଯ୍ୟକାରୀ ହୋଇନାହିଁ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାଲେଶ୍ବର ଓ ଭୁବନେଶ୍ବର ସମେତ ୬ଜିଲ୍ଲା ଭଦ୍ରକ , ପୁରୀ , କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ୨ହଜାରରୁ ଅଧିକ ୱାରେଣ୍ଟି ବାହାରେ ବୁଲୁଛନ୍ତି।
ସେହିଭଳି ୧୮ଟି ଜିଲ୍ଲାରେ ହଜାରେରୁ ଅଧିକ ପରୱାନା କାର୍ଯ୍ୟକାରୀ ହୋଇନାହିଁ।
ସେହିଭଳି ରାଜ୍ୟର ଆର୍ଥିକ ତଥା ଚିଟଫଣ୍ଡ୍ ଠକେଇ ଓ ନିଶା, ବନ୍ଧୁକ, ବନ୍ୟଜନ୍ତୁ ତସ୍କରୀକୁ ନିୟନ୍ତ୍ରଣ କରୁଥିବା କ୍ରାଇମ୍ବ୍ରାଞ୍ଚ୍ର ୨ ସ୍ବତନ୍ତ୍ର ଶାଖା ଇଓଡବ୍ଲୁ ଓ ଏସଟିଏଫ୍ ମଧ୍ୟ ୱାରେଣ୍ଟ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି।
କିଛି ଚିଟ୍ଫଣ୍ଡ୍ ଠକଙ୍କ ସମେତ ମୋଟ ୪୮ ୱାରେଣ୍ଟି ଫେରାର୍ ଥିବା ବେଳେ ଏସ୍ଟିଏଫ୍ର ୩ଟି ୱାରେଣ୍ଟ କାର୍ଯ୍ୟକାରୀ କରିବାରେ ବାକି ରହିଛି।
ଏଥିରେ ବହୁଚର୍ଚ୍ଚିତ ଓରାଂଉଟାନ୍ ସ୍ମଗଲିଂ ଘଟଣା ବି ସାମିଲ ଅଛି।
ଏହି ତଥ୍ୟ ଜିଲ୍ଲା ପୁଲିସ ଓ ସ୍ୱତନ୍ତ୍ର ୟୁନିଟ୍ର କାର୍ଯ୍ୟଦକ୍ଷତା ପଦାରେ ପକାଇଛି।
Judgement: ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ, ପୌର ସଂସ୍ଥାଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ଏନେଇ ଆଇନଜୀବୀ ଦିବ୍ୟ ଆନନ୍ଦ ମିଶ୍ର କହିଛନ୍ତି, ପରୱାନା ଜାରି ହେବା ପରେ ତାହାକୁ କାର୍ଯ୍ୟକାରୀ କରିବା ପୁଲିସର ଆଇନଗତ ଦାୟିତ୍ୱ।
କିନ୍ତୁ ହଜାର ହଜାର ପରୱାନା କାର୍ଯ୍ୟକାରୀ ନହେବା ଘଟଣା ପୁଲିସର ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ବୋଲି କହିଛନ୍ତି।
ଅପରପଟେ ପରୱାନା ପରିଚାଳନାକୁ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୱାରେଣ୍ଟ ମ୍ୟାନେଜମେଣ୍ଟ୍ ସିଷ୍ଟମ(ଡବ୍ଲୁଏମଏସ) କାର୍ଯ୍ୟକାରୀ ହୋଇଛି।
ଏହା ଜରିଆରେ ପରୱାନା ଜାରି, ଗ୍ରହଣ ଓ କାର୍ଯ୍ୟକାରିତାର ସ୍ଥିତି ଟ୍ରାକ୍ କରିବାର ବ୍ୟବସ୍ଥା ରହିଛି।
ଏଭଳି ସ୍ଥିତିରେ ୪୨,୩୩୩ଟି ପରୱାନା ବକେୟା ରହିବା ପୁଲିସ ପ୍ରଶାସନର ତଦାରଖ ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
