4 Years Jail in Bribery Case ଲାଞ୍ଚ ମାମଲାରେ କିଷନନଗର ତହସିଲ ଆର୍ଆଇଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ
ଭୁବନେଶ୍ବର: ଲାଞ୍ଚ ନେବା ମାମଲାରେ କଟକ ଜିଲ୍ଲା ସାଲେପୁର ତହସିଲର ରାଜସ୍ବ ନିରୀକ୍ଷକ (ଆର୍ଆଇ) ପ୍ରଶାନ୍ତ କୁମାର ନାୟକଙ୍କୁ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ (ଭିଜିଲାନ୍ସ) ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
Advertisment Odisha Vigilance Raids: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ ସୂଚନାନୁସାରେ, ଆସାମୀ ନାୟକ କଟକ ଜିଲ୍ଲା କିଷନନଗର ତହସିଲ ଅଧୀନ ସମିତାଙ୍ଗ ରାଜସ୍ବ ନିରୀକ୍ଷକ ସର୍କଲର ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ।
ଏହି ସମୟରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ଜମିଜମା ସଂକ୍ରାନ୍ତୀୟ ମାମଲାରେ ଲାଞ୍ଚ ନେଇ ଭିଜିଲାନ୍ସ ଟିମ୍ ହାତରେ ରଙ୍ଗେହାତ ଧରାପଡ଼ିଥିଲେ।
ଏନେଇ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭/୧୩(୨) ସହ ୧୩(୧)(ଡି)ରେ ମାମଲା ରୁଜୁ କରିଥିଲେ।
ଏହି ମାମଲାର ବିଚାର କରି ଉଭୟ ପକ୍ଷର ଯୁକ୍ତି, ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଆଜି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଆସାମୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି।
Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଏହାପରେ ଭିଜିଲାନ୍ସ ବିଭାଗପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଆସାମୀଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।
ଆଇନାନୁସାରେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
