3 Gates of Balimela Reservoir Opened ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଫାଟକ, ତଳିଆ ଅଞ୍ଚଳରେ ସତର୍କତା
ଚିତ୍ରକୋଣ୍ଡା(ବୁଲୁ ପଢ଼ିହାରୀ): ଆସନ୍ନ ବାତ୍ୟା ମୁରୁସା ଓ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବାଲିମେଳା ଜଳଭଣ୍ଡାରର ଚାପ କମାଇବାକୁ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍ ସହ ୩ଟି ଫାଟକକୁ ଖୋଲାଯାଇଛି।
ଏହାକୁ ନେଇ ତଳିଆ ଅଞ୍ଚଳରେ ସତର୍କତା ଜାରି କରାଯାଇଛି।
Advertisment Balimela: ଜଳସ୍ତର ହ୍ରାସ ପରେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ବନ୍ଦ ବାତ୍ୟା ମୁରୁସା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର।
ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ରହିଛି ୧୫୧୬ଫୁଟ ରହିଛି।
ବର୍ତମାନ ଜଳସ୍ତର ରହିଛି ୧୫୧୦.୮୦ ଫୁଟ।
ଆଗକୁ ଅଧିକ ବର୍ଷା ଆଶଙ୍କା ରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଜଳଭଣ୍ଡାରର ଜଳସ୍ତର ସ୍ଥିର ରଖିବା ପାଇଁ ଆଜି (ରବିବାର) ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଗୋଟିଏ ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଫାଟକ ଖୋଲାଯାଇଛି।
ତିନିଟି ଫାଟକରୁ ପ୍ରତି ସେକେଣ୍ଡ ରେ ୬ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି।
Heavy Rain: ଲଗାଣ ବର୍ଷାରେ ବଢୁଛି ସତୀଗୁଡା ଓ ବାଲିମେଳା ଜଳଭଣ୍ଡାରର ଜଳସ୍ତର, ତଳିଆ ଅଞ୍ଚଳରେ ଜଳବନ୍ଦୀ ଚାଷ ଜମି ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ କୁମାର ପାତ୍ର ଏନେଇ ସୂଚନା ଦେଇ କହିଛନ୍ତି, ଜଳଭଣ୍ଡାର ଫାଟକ ଖୋଲିବା ନେଇ ପୂର୍ବରୁ ଆଜି ଅପରାହ୍ଣ ଦୁଇଟା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ତଳିଆ ଅଂଚଳ ରେ ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା।
୪ଟା ୫୦ ମିନିଟ୍ରେ ଗେଟ ଖୋଲା ଯାଇଥିଲା।
ଆଗକୁ ବର୍ଷାର ପ୍ରଭାବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳପ୍ରଭାବ କୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯିବ ନା ନାହିଁ ନିର୍ଣ୍ଣୟ ନିଆଯିବ ବୋଲି ସେ କହିଛନ୍ତି।
ଜଳଭଣ୍ଡାର ଗେଟ ଖୋଲା ଯିବା ସମୟରେ ପୋଟେରୁ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବାଲିମେଳା ବନ୍ଧ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ କୈଳାଶ ଚନ୍ଦ୍ର ସେଠି, ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର ରଞ୍ଜନ ଖୁଣ୍ଟିଆ ଓ ଦିଲୀପ କୁମାର ଦଳବେହେରା, କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଟପ୍ନୋ, ବିଭୂତି ବେହେରା ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
