246 Officials Convicted: ଦୁର୍ନୀତିଖୋରଙ୍କ ନିଦ ହଜାଇଲା ଭିଜିଲାନ୍ସ, ୫୨୫ ମାମଲା ରୁଜୁ
ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର।
ଅଢ଼େଇ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ୭୦୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ।
ଏହି ସମୟ ମଧ୍ୟରେ ମୋଟ ୫୨୫ଟି ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ।
ତନ୍ମଧ୍ୟରୁ ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଫନ୍ଦି ମାମଲା ଏବଂ ୧୪୭ଟି ଅର୍ଥ ତୋଷରପାତ ମାମଲା ରହିଛି।
Advertisment ଧରାପଡ଼ିଥିବା ୭୦୬ ଜଣଙ୍କ ମଧ୍ୟରେ ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧୪ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୩୮୪ ଜଣ ତୃତୀୟ ଶ୍ରେଣୀ ଏବଂ ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି।
ସେହିପରି ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି।
ଏମାନଙ୍କ ମଧ୍ୟରୁ ୨୪୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ୭୦୬ ଅଧିକାରୀ/କର୍ମଚାରୀ ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଫନ୍ଦି ମାମଲା ୧୪୭ଟି ଅର୍ଥ ତୋଷରପାତ ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ ତନ୍ମଧ୍ୟରେ ୧୩୫ ପ୍ରଥମ ଶ୍ରେଣୀ, ୧୧୪ ଦ୍ବିତୀୟ ଶ୍ରେଣୀ ଅଧିକାରୀ ୩୮୪ ତୃତୀୟ ଶ୍ରେଣୀ, ୧୪ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡ଼ିଲେ ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ଭିତରୁ ୨୪୬ ସରକାରୀ ଅଧିକାରୀ/କର୍ମଚାରୀ ଦୋଷୀ ସାବ୍ୟସ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
