2 Lashkar Terrorists Killed In Encounter: ସୁରକ୍ଷାବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ ଭଟ ନିହତ
ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା।
କୁଲଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଆତଙ୍କବାଦୀ ଲତିଫ ଭଟ୍ ଏବଂ ତା'ର ଜଣେ ସହଯୋଗୀ ନିହତ ହୋଇଛନ୍ତି।
ଗତ ସପ୍ତାହରେ ଏକ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ଏହି ଦୁଇ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
Advertisment ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ କୁଲଗାମ୍ର ମୀର ବଜାର ନିକଟରେ ଥିବା ଏକ ସିଆରପିଏଫ ପୋଷ୍ଟ ଉପରେ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀ ଗୁଳିମାଡ଼ କରିଥିଲେ।
ଏହି ଆକ୍ରମଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିଲା।
ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଖସି ପଳାଇଥିଲେ।
ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା।
Advertisment ସେହିପରି କୁଲଗାମ୍ ଆକ୍ରମଣର ୨୪ ଘଣ୍ଟା ନପୂରୁଣୁ ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଆଉ ଏକ ଆତଙ୍କବାଦୀ ଘଟଣା ଘଟିଥିଲା।
ଆତଙ୍କବାଦୀମାନେ ଦୁଇ ଜଣ ସ୍ପେଶାଲ୍ ପୋଲିସ୍ ଅଫିସର (ଏସପିଓ)ଙ୍କୁ ହତ୍ୟା କରିଥିଲେ।
ମୃତକ ଦୁଇଜଣ ହେଲେ ବାବି ଚାନ୍ଦ ଓ ଯଶପାଲ କୁମାର।
ରିପୋର୍ଟ ଅନୁସାରେ, ଆତଙ୍କବାଦ ବିରୋଧୀ ଅଭିଯାନରେ ସେନାକୁ ସହଯୋଗ କରିବା ପାଇଁ ଯିବା ବାଟରେ ସେମାନଙ୍କୁ ଟାର୍ଗେଟ୍ କରାଯାଇଥିଲା।
ଲଗାତାର ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ସିଆରପିଏଫର ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସନ୍ଦୀପ ଖିରୱାର ସୋମବାର କହିଛନ୍ତି ଯେ, ଗତ ସପ୍ତାହର ଆକ୍ରମଣ ପରେ ସମଗ୍ର ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀକୁ ହାଇଆଲର୍ଟରେ ରଖାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
